31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶମନୀଷ ସିସୋଦିଆ ପୁଣି ନିରାଶ; ୭ ଯାଏଁ ବଢିଲା ନ୍ୟାୟିକ ହେପାଜତ ଅବଧି

ମନୀଷ ସିସୋଦିଆ ପୁଣି ନିରାଶ; ୭ ଯାଏଁ ବଢିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କୁ ଝଟକା । ମେ ୭ ତାରିଖ ପର୍ଯ୍ୟନ୍ତ ବଢିଲା ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଳିଲାନି ଆଶ୍ୱସ୍ତି । ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି ନେଇ ରାୟ ଶୁଣାଇଛନ୍ତି । ଆଜି ଏହି ଶୁଣାଣି କରାଯାଇଥିବାବେଳେ ଭିଡିଓ କନଫରେନ୍ସ ଯୋଗେ ହାଜର ହୋଇଥିଲେ ସିସୋଦିଆ । ସୂଚନା ଅନୁସାରେ, ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ଆଜିର ମାହୋଲ ଭିନ୍ନ ରହିଥିଲା ।

ଓକିଲଙ୍କ ଉପରେ ଖପ୍ପା ହୋଇଥିଲେ ବିଚାରପତି । ଶୁଣାଣି ସମୟରେ ମନୀଷଙ୍କ ଓକିଲ କୋର୍ଟରୁମରୁ ବାହାରକୁ ଚାଲିଯିବାରୁ ଏଭଳି ଆଚରଣକୁ ନେଇ ବିଚାରପତି ଖପ୍ପା ହୋଇଥିଲେ । ପରେ ଏଥିପାଇଁ ସିସୋଦିଆଙ୍କ ଓକିଲ କ୍ଷମା ପ୍ରାର୍ଥନା କରିଥିବା ଜଣାପଡ଼ିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଚାର୍ଜଫ୍ରେମ ନକରିବାକୁ ସିବିଆଇ ଆବେଦନ କରିଥିଲା । ତେଣୁ ଆବେଦନ ପଛର କାରଣ ସମ୍ପର୍କରେ ସିବିଆଇକୁ ଉତ୍ତର ମାଗିଛନ୍ତି କୋର୍ଟ । ଏହାସହ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧିକୁ ମେ ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ବିଆରଏସ ନେତ୍ରୀ କେ କବିତାଙ୍କ ନ୍ୟାୟିକ ହେପାଜତ ଅବଧି ମଧ୍ୟ ମେ ୭ ତାରିଖ ଯାଏଁ ବୃଦ୍ଧି କରାଯାଇଥିଲା । ଏହାସହ ଆମ ଆଦମୀ ପାର୍ଟିର ଫଣ୍ଡ ମ୍ୟାନେଜର ଚନପ୍ରୀତ ସିଂଙ୍କୁ ଆହୁରି ୧୪ ଦିନ ଯାଏଁ ନ୍ୟାୟିକ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଯୋଗ୍ୟ, ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରଥମେ ଅଗଷ୍ଟ ୨୦୨୨ରେ ଗିରଫ ହୋଇଥିଲେ ସିସୋଦିଆ । ଅନ୍ୟ ଅଭିଯୁକ୍ତଙ୍କ ସହ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା । ଏହାପରେ ମାମଲାର ଅନୁସନ୍ଧାନ କରୁଥିବା ସିବିଆଇ ୨୬ ଫେବୃଆରୀ ୨୦୨୩ରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ସେବେ ଠାରୁ ସେ ତିହାର ଜେଲରେ ରହିଛନ୍ତି । ସିସୋଦିଆ ଫେବ୍ରୁଆରୀ ୨୦୨୩ରେ ଦିଲ୍ଲୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ଚଳିତ ଲୋକସଭା ନିର୍ବାଚନରେ ପ୍ରଚାର କାର୍ଯ୍ୟରେ ସାମିଲ ହେବାକୁ ନିକଟରେ ଅନ୍ତରୀଣ ଜାମିନ ପ୍ରଦାନ ପାଇଁ ଆବେଦନ କରିଥିଲେ ସିସୋଦିଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking