ନୂଆଦିଲ୍ଲୀ : ବିଆର୍ଏସ୍ ନେତ୍ରୀ କେ.କବିତାଙ୍କୁ ପୁଣି ଝଟ୍କା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ତାଙ୍କୁ ମିଳିଲାନି ଜାମିନ। ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ଆଜି ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଉଭୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ମାମଲାରେ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖାନ କରିଛନ୍ତି। କୋର୍ଟରେ ଉଭୟ ଇଡି ଓ ସିବିଆଇ କେ.କବିତାଙ୍କ ଜାମିନ ଆବେଦନକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି କେ. କବିତା ଏହି ପୂରା ଦୁର୍ନୀତି ମାମଲାର ହେଉଛନ୍ତି ଅନ୍ୟତମ ଷଡଯନ୍ତ୍ରକାରୀ। ଯଦି ତାଙ୍କୁ ଜାମିନ ପ୍ରଦାନ କରାଯାଏ, ତେବେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି। ପ୍ରମାଣକୁ ନଷ୍ଟ କରିବାକୁ ସେ ଚେଷ୍ଟା କରିପାରନ୍ତି।