31.1 C
Bhubaneswar
Monday, June 17, 2024
Homeଦେଶ ବିଦେଶବସକୁ ଧକ୍କା ଦେଲା ଟ୍ରକ; ଆଖିବୁଜିଲେ ଗୋଟିଏ ପରିବାରର ୭ ଜଣ

ବସକୁ ଧକ୍କା ଦେଲା ଟ୍ରକ; ଆଖିବୁଜିଲେ ଗୋଟିଏ ପରିବାରର ୭ ଜଣ

ଚଣ୍ଡିଗଡ଼: ଅଧାରେ ରହିଲା ବୈଷ୍ଣୋଦେବୀଙ୍କ ଦର୍ଶନ । ବସରେ ଜମ୍ମୁ-କାଶ୍ମୀର ଯାଉଥିବା ବେଳେ ବାଟରେ ଧକ୍କା ଦେଲା ଟ୍ରକ । ଏକାସାଙ୍ଗରେ ଚାଲିଗଲା ଗୋଟିଏ ପରିବାରର ୭ ଜଣଙ୍କ ଜୀବନ । ଆଜି ଭୋର୍ ସମୟରେ ହରିୟାଣା ରାଜ୍ୟର ଅମ୍ବାଲାରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଏଥିରେ ୨୫ରୁ ଅଧିକ ଲୋକେ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅମ୍ବାଲା-ଦିଲ୍ଲୀ-ଜମ୍ମୁ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଛି । ସୂଚନା ଅନୁଯାୟୀ, ମୃତାହତମାନେ ଉତ୍ତରପ୍ରଦେଶର ବୁଲନ୍ଦସହର ବାସିନ୍ଦା । ସମସ୍ତେ ଗୋଟିଏ ପରିବାରର । ସମସ୍ତେ ମିଶି ଜମ୍ମୁ-କାଶ୍ମୀର ସ୍ଥିତ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଏକ ମିନି ବସ୍‌ରେ ଯାଉଥିଲେ ।

ଆଜି ଭୋର୍ ସମୟରେ ଅମ୍ବାଲା ଦିଲ୍ଲୀ-ଜମ୍ମୁ ଜାତୀୟ ରାଜପଥରେ ବସ୍ ଆଡକୁ ବଢୁଥିବା ବେଳେ ହଠାତ୍ ଏକ ଦ୍ରୁତଗାମୀ ଟ୍ରକ ଆସି ପଛପଟୁ ଜୋରରେ ଧକ୍କା ଦେଇଥିଲା । ଫଳରେ ନିମିଷକରେ ମିଳାଇ ଯାଇଥିଲା ସବୁ ଖୁସି । ଦୁର୍ଘଟଣାରେ ବସ୍‌ଟି ପୁରା ଚୁରାମାର୍ ହୋଇଯାଇଥିଲା । ଏଥିରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ୨୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ପୋଲିସ ପହଞ୍ଚି ବସ୍ ଭିତରୁ ମୃତାହତମାନଙ୍କୁ ବାହାର କରିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁମାନଙ୍କ ଅବସ୍ଥା ସଂକଟାପନ୍ନ ଅଛି, ସେମାନଙ୍କୁ ଅମ୍ବାଲା ଛାବନି ସ୍ଥିତ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତ୍ୟୁ କେତେବେଳେ କେମିତି ଆସିବ କିଏ ବା କହିପାରିବ । ଏଇ ଯେମିତି ବୈଷ୍ଣୋଦେବୀ ମନ୍ଦିର ଯାଉଥିବା ଏହି ପରିବାର ସହ ଘଟିଛି । ହସଖୁସିରେ ଦେବୀମାତାଙ୍କ ଦର୍ଶନ ପାଇଁ ବାହାରିଥିଲେ । ହେଲେ ମନ୍ଦିର ଯାଉଥିବା ବାଟରେ ଯେ ଯମ ଛକି ବସିଥିବ ସେମାନେ ଜାଣିନଥିଲେ । ମୁହୂର୍ତ୍ତକରେ ହସଖୁସି ଶୋକରେ ପରିଣତ ହୋଇଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking