35.1 C
Bhubaneswar
Monday, June 17, 2024
Homeଦେଶ ବିଦେଶସତର୍କ ରୁହନ୍ତୁ ; ଏସବିଆଇ ନାଁରେ ଆସୁଛି ଫେକ୍ ମେସେଜ୍

ସତର୍କ ରୁହନ୍ତୁ ; ଏସବିଆଇ ନାଁରେ ଆସୁଛି ଫେକ୍ ମେସେଜ୍

ନୂଆଦିଲ୍ଲୀ : ନୂଆ ନୂଆ ଶୈଳୀରେ ସାଇବର ଠକମାନେ ଲୋକମାନଙ୍କୁ ଠକୁଛନ୍ତି । ଅନଲାଇନ୍‌ ପେମେଣ୍ଟ ସୁବିଧା ରହିଥିଲାବେଳେ ଏହାର ସୁଯୋଗ ନେଉଛନ୍ତି ସାଇବର ଲୁଟେରା । ତେବେ ନିକଟରେ ଏସବିଆଇ ନାଁରେ ଏକ ଫେକ୍ ଏସଏମଏସ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ସୂଚନା ମିଳିଛି । ଯେଉଁ ମେସେଜ ସାହାଯ୍ୟରେ ସାଧାରଣ ଲୋକଙ୍କୁ ଲୁଟିନେଉଛନ୍ତି ସାଇବର ଠକ। ସୂଚନା ଅନୁଯାୟୀ, ହ୍ୱାଟସଆପ୍‌ ଓ ମେସେଜ୍ ଦ୍ୱାରା ଏସବିଆଇ ନାଁରେ ଏସଏମଏସ ଆସି ସେଥିରେ କ୍ଲିକ କରିବା ପାଇଁ ଆସୁଛି । ସେହି ମେସେଜକୁ କ୍ଲିକ କରିବା ଫଳରେ ଆକାଉଣ୍ଟରୁ ସବୁ ଟଙ୍କା କଟିଯାଉଛି । ଏସବିଆଇ ରିୱାର୍ଡ ପଏଣ୍ଟ ନାଁରେ ଲୋକଙ୍କୁ ନିଜ ଜାଲରେ ଫସାଉଛନ୍ତି ସାଇବର ଲୁଟେରା । ଏଣ୍ଟରପ୍ରାଇଜ୍-ୱାଇଡ୍ ଲୟାଲିଟି ପ୍ରୋଗ୍ରାମ୍ ଭାବରେ, ଏସବିଆଇ ଏହାର ଗ୍ରାହକମାନଙ୍କୁ ଏକାଧିକ ବ୍ୟାଙ୍କିଙ୍ଗ୍ ଚ୍ୟାନେଲଗୁଡିକରେ ରିୱାର୍ଡ ପଏଣ୍ଟ ଦେଉଛି । ପ୍ରତ୍ୟେକ ପଏଣ୍ଟର ମୂଲ୍ୟ ହେଉଛି ୨୫ ପଇସା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking