40.1 C
Bhubaneswar
Monday, June 17, 2024
Homeଅପରାଧଯୁବକଙ୍କ ଗଳାକାଟି ବିଭତ୍ସ ହତ୍ୟା

ଯୁବକଙ୍କ ଗଳାକାଟି ବିଭତ୍ସ ହତ୍ୟା

କଟକ : କଟକ ଜିଲ୍ଲା ଜଗତପୁର ଥାନା ପ୍ରଧାନପଡା ଗାଁର ପରିଡା ସାହିରେ ଘଟିଛି ନିର୍ମମ ହତ୍ୟାକାଣ୍ଡ । ପ୍ରେମ ପାଇଁ ଜଣେ ଯୁବକଙ୍କ ଗଳାକାଟି ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକ ଜଣଙ୍କ ୨୨ ବର୍ଷିୟ ତାପସ ପ୍ରଧାନ ବୋଲି ଜଣାପଡିଛି । ସୂଚନା ଅନୁସାରେ ପ୍ରଧାନପୁର ଗାଁର ଜଣେ ଯୁବତୀଙ୍କ ସହ ତାପସଙ୍କ ପ୍ରେମ ସମ୍ପର୍କ ଥିଲା । ଯାହାକୁ ଝିଅଘର ପରିବାର ଲୋକ ବିରୋଧ କରୁଥିଲେ । ଏପରିକି ଝିଅର ବାପା ତାପସଙ୍କୁ ତାଙ୍କ ଝିଅ ଠାରୁ ଦୁରେଇ ଯିବା ପାଇଁ ତାଗିଦ ମଧ୍ୟ କରିଥିଲେ । ଏନେଇ ୬ ମାସ ପୂର୍ବରୁ ୨ ପରିବାର ମଧ୍ୟରେ ବୁଝାମଣା ମଧ୍ୟ ହୋଇଥିଲା । ତେବେ ଶୁକ୍ରବାର ବିଳମ୍ବିତ ରାତିରେ ତାପସ ଘର ପାଖରେ ଥିବା ଲାଇବ୍ରେରୀରେ ଶୋଇଥିଲେ । ଆଉ ଏହି ସମୟରେ ଯୁବତୀଙ୍କ ବାପା ଏକ ଧାରୁଆ ଅସ୍ତ୍ରରେ ତାପସଙ୍କ ଗଳାକାଟି ଦୈାଡି ପଳାଇଥିଲେ । ଏବଂ ତାପସଙ୍କ ପାଟି ଶୁଣି ଅନ୍ୟମାନେ ଉଠିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାପସ ଛଟପଟ ହେଉଥିଲେ ଓ ଡାକ୍ତରଖାନା ନେବା ପୂର୍ବରୁ ହିଁ ତାପସଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଜଗତପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ବଡ ମେଡିକାଲକୁ ପଠାଇଛି । ଏହାସହ ଘଟଣାରେ ୩ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking