35.1 C
Bhubaneswar
Monday, June 17, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଲିଗଲା ୧୧ ତୀର୍ଥଯାତ୍ରୀଙ୍କ ଜୀବନ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଲିଗଲା ୧୧ ତୀର୍ଥଯାତ୍ରୀଙ୍କ ଜୀବନ

ଲକ୍ଷ୍ନୌ: ତୀର୍ଥଯାତ୍ରା ହେଲା ଶେଷଯାତ୍ରା । ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘରୋଇ ଯାତ୍ରୀବାହୀ ବସ ଉପରେ ଓଲଟି ପଡିଲା ପଥର ବୋଝେଇ ଟ୍ରକ । ଏହି ଅଘଟଣରେ ୧୧ଜଣଙ୍କ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି । ବସରେ ଥିବା ଯାତ୍ରୀମାନେ ଉତ୍ତରାଖଣ୍ଡରୁ ପୂଣ୍ୟଗିରି ମନ୍ଦିର ଦର୍ଶନ ପାଇଁ ଆସୁଥିବାବେଳେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

ଶନିବାର ବିଳମ୍ବିତ ରାତି ୧୧.୨୦ଟା ସମୟରେ ଉତ୍ତରପ୍ରଦେଶର ଶାହଜହାନପୁର ଜିଲ୍ଲା ଅନ୍ତର୍ଗତ ଖୁଟାରଠାରେ ବାଇପାସ ରାସ୍ତା କଡରେ ଥିବା ଏକ ଢାବା ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସଟି ଠିଆ ହୋଇଥିଲା । ଏହି ସମୟରେ ଏକ ପଥର ବୋଝେଇ ଟ୍ରକ ପ୍ରଥମେ ବସକୁ ଧକ୍କା ଦେଇଥିଲା ଓ ଏହାପରେ ବସ ଉପରେ ଓଲଟି ପଡିଥିଲା । ସ୍ଥାନୀୟ ଲୋକମାନେ ଏନେଇ ତୁରନ୍ତ ପୋଲିସକୁ ଖବର ଦେବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବସ ଭିତରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ । ପ୍ରାୟ ୩ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ କ୍ରେନ ସାହାଯ୍ୟରେ ବସ ଉପରୁ ଟ୍ରକକୁ କଢାଯାଇଥିଲା ଓ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଏହା ମଧ୍ୟରେ ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking