37.1 C
Bhubaneswar
Friday, May 17, 2024
Homeଜୀବନଶୈଳୀଚାକିରି ସମସ୍ୟା ଦୂର ହେବ ଆପଣାନ୍ତୁ ଏହି ବାସ୍ତୁ ଉପାୟ..

ଚାକିରି ସମସ୍ୟା ଦୂର ହେବ ଆପଣାନ୍ତୁ ଏହି ବାସ୍ତୁ ଉପାୟ..

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଚାକିରି ନମିଳିବା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଅଧିକାଂଶ ଚାକିରି ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। ସେହିଭଳି ବ୍ୟବସାୟରେ ଉନ୍ନତି ପାଇଁ ଅନେକ ସର୍ବଦା ଚେଷ୍ଟା କରୁଛନ୍ତି। ଚାକିରି ହେବାରେ ବିଳମ୍ବ,ଚାକିରି ପାଇଁ ଚିନ୍ତିତ ଥିଲେ, କିଛି ବାସ୍ତୁ ଉପାୟ ଆପଣାଇବା ଦ୍ୱାରା ଲାଭ ମିଳିଥାଏ। ଏହି ବାସ୍ତୁ ଉପାୟ ଦ୍ୱାରା ଚାକିରି କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ଉତ୍ତର ଦିଗକୁ କ୍ୟାରିୟର ଓ ବ୍ୟବସାୟରେ ଉନ୍ନତି ସହ ଜଡିତ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ଉତ୍ତର ଦିଗକୁ କଦାପି ଅପରିଷ୍କାର ରଖନ୍ତୁ ନାହିଁ। ଏହାକୁ ସର୍ବଦା ସଫା ରଖନ୍ତୁ। ଅନାବଶ୍ୟକ ଜିନିଷକୁ ଉତ୍ତର ଦିଗରୁ ହଟାଇ ଦିଅନ୍ତୁ। ଏହାଦ୍ୱାରା ଉତ୍ତର ଦିଗରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଯାଦ୍ୱାରା ଚାକିରିରେ ବିଳମ୍ବ ହେବ ନାହିଁ। ସେହିପରି ଚାକିରି ପାଇଁ ପରୀକ୍ଷା ଦେଉଥିଲେ, ଏଥିରେ ସଫଳତା ପ୍ରାପ୍ତି ପାଇଁ ଉତ୍ତର ଦିଗରେ ସବୁଜ ସୁନ୍ଦର ଗଛ ରଖନ୍ତୁ। ସବୁଜ ରଙ୍ଗ ନୂଆ ଆରମ୍ଭର ପ୍ରତୀକ ବୋଲି କୁହାଯାଏ। ଆପଣଙ୍କ ପାଇଁ ନୂଆ ଅବସରକୁ ଆକର୍ଷିତ କରିଥାଏ। ଉତ୍ତର ଦିଗରେ ଘରେ ଟେବୁଲ ଉପରେ ସୁନ୍ଦର ସବୁଜ ଗଛ ମଧ୍ୟ ରଖି ପାରିବେ। ଘର ଭିତରେ ରଖିବା ପାଇଁ ସ୍ୱତନ୍ତ୍ର ଗଛ ମଧ୍ୟ ବଜାରରେ ଉପଲବ୍ଧ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking