32.1 C
Bhubaneswar
Sunday, May 19, 2024
Homeସ୍ୱାସ୍ଥ୍ୟରାତିରେ ୭ ଘଣ୍ଟାରୁ କମ ସମୟ ଶୋଉଥିଲେ ଭୋଗିବେ ଏହି ସମସ୍ୟା...

ରାତିରେ ୭ ଘଣ୍ଟାରୁ କମ ସମୟ ଶୋଉଥିଲେ ଭୋଗିବେ ଏହି ସମସ୍ୟା…

ଭୁବନେଶ୍ୱର : ଆପଣ ରାତିରେ ୭ ଘଣ୍ଟାରୁ କମ ସମୟ ଶୋଉଛନ୍ତି କି ? ତେବେ ସାବଧାନ । ଆପଣଙ୍କୁ ହାର୍ଟ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ । ଏନେଇ ଆମେରିକାର ପ୍ରତିଷ୍ଠିତ ଜର୍ଣ୍ଣାଲ ନ୍ୟୁରୋଲୋଜିରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଢୁଳେଇବା, ଘୁଙ୍ଗୁଡ଼ି ମାରିବା, ରାତିରେ ବାରମ୍ବାର ଉଠିବା, ଭାଲଭାବେ ନିଦ ନ ହେବା କିମ୍ବା କମ ସମୟ ଶୋଉଥିଲେ ହାର୍ଟ ଷ୍ଟୋକ୍‌ର ଆଶଙ୍କା ଅଧିକ ବୋଲି ଚିକାଗୋ ବିଶ୍ୱବିଦ୍ୟାଳୟର ଅଧ୍ୟୟନରୁ ଜଣାପଡିଛି । ଏଭଳି ଲକ୍ଷଣ ଥିଲେ ହାର୍ଟ ଷ୍ଟ୍ରୋକ ହେବାର ୫ ଗୁଣା ଅଧିକ ଆଶଙ୍କା ରହିଛି । ଯେଉଁମାନେ ଶୋଇବା ବେଳେ ଘୁଙ୍ଗୁଡ଼ି ମାରିଥାନ୍ତି ସେମାନଙ୍କ ଠାରେ ଷ୍ଟ୍ରୋକ ହେବାର ଆଶଙ୍କା ୮୮ ପ୍ରତିଶତ ଅଧିକ । ଅନିଦ୍ରା ରହିବା, ବିଳମ୍ବିତ ରାତି ଯାଏ ନ ଶୋଇବା, ଟିଭି ଓ ଫିଲ୍ମ ଦେଖିବା, ଗେମ ଖେଳିବା ଯୋଗୁଁ ସୁନିଦ୍ରା ଉପରେ ପ୍ରଭାବ ପଡିଥାଏ । ହାର୍ଟଷ୍ଟୋକ ହୋଇଥିବା ୪ ହଜାର ୫୦୦ ରୋଗୀଙ୍କୁ ନେଇ ଅଧ୍ୟୟନ ପରେ ଜର୍ଣ୍ଣାଲ ନ୍ୟୁରୋଲୋଜିରେ ରିପୋର୍ଟ ପ୍ରକାଶ ପାଇଛି । ରାତିରେ ସାତ ଘଣ୍ଟା ଶୋଉଥିଲେ ଷ୍ଟ୍ରୋକ ସମସ୍ୟା କମ ଦେଖାଦେଉଛି । ଏଥିପାଇଁ ଅତିକମରେ ସାତ ଘଣ୍ଟା ଶୋଇବାକୁ କୁହାଯାଇଛି । ଯେଉଁମାନେ ରାତିରେ ୫ ଘଣ୍ଟା କିମ୍ବା କମ୍‌ ଶୋଉଛନ୍ତି ସେମାନଙ୍କୁ ୩ ଗୁଣ ଷ୍ଟ୍ରୋକ ହୋଇଥିବା ଜଣାପଡିିଛି । ତେବେ ୯ ଘଣ୍ଟାରୁ ଅଧିକ ଶୋଉଥିଲେ ବି ହାର୍ଟ ଷ୍ଟ୍ରୋକର ଆଶଙ୍କା ଥବା ଅଧ୍ୟୟନରୁ ଜଣାପଡିଛି । ନିଦ୍ରାହୀନତା ଷ୍ଟ୍ରୋକର ମୁଖ୍ୟ କାରଣ । ଠିକ ନିଦ ନ ହେଲେ ହରମୋନାଲ ଇମବାଲାନ୍ସ ହେବା ସହ ଶରୀରର ବିଭିନ୍ନ ସିଷ୍ଟମ ପ୍ରଭାବିତ ହୁଏ । ମାନସିକ ରୋଗ ଦେଖାଯାଇଥାଏ । ଦିନକୁ ଦିନ ଯୁବପିଢିଙ୍କ ଠାରେ ନିଦ୍ରାହୀନତା ଜନିତ ସମସ୍ୟା ବଢିବାରେ ଲାଗିଛି । ଜୀବନ ଶୌଳୀରେ ପରିବର୍ତ୍ତନ, ଚାପ, ଆଙ୍କ୍‌ଜାଇଟି, ମଦ୍ୟପାନ ଓ ଧୂମପାନ ସୁନିଦ୍ରା ଉପରେ ପ୍ରଭାବ ପକାଇଥାଏ । ଯେଉଁ ବ୍ୟକ୍ତିଙ୍କୁ ଭଲ ନିଦ ହୁଏ ସେମାନେ ସୁସ୍ଥ ରହୁନ୍ତି । ନିଦ ଠିକ ନ ହେଲେ ଷ୍ଟ୍ରୋକ ସମେତ ଡାଇବେଟିସ, ହୃଦରୋଗ ଓ ମାନସିକ ରୋଗ ହୁଏ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking