36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶହୁଗଳିରେ ବୋମା ବିସ୍ଫୋରଣ : ୧ ମୃତ , ୨ ଗୁରୁତର

ହୁଗଳିରେ ବୋମା ବିସ୍ଫୋରଣ : ୧ ମୃତ , ୨ ଗୁରୁତର

କୋଲକାତା : ଆଜିପଶ୍ଚିମବଙ୍ଗର ହୁଗଳି ଜିଲ୍ଲାରେ ଏକ ବୋମା ବିସ୍ଫୋରଣରେ ଜଣେ ସାତ ବର୍ଷର ବାଳକର ମୃତ୍ୟୁ ଘଟିଛି। ପାଣ୍ଡୁଆରେ ଘଟିଥିବା ଏହି ବିସ୍ଫୋରଣରେ ଅନ୍ୟ ଦୁଇ ନାବାଳକ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ, ପାଣ୍ଡୁଆର ନେତାଜୀପାଲି କଲୋନୀରେ ଏକ ପୋଖରୀ ପାଖରେ ପିଲା ଖେଳୁଥିଲେ। ହଠାତ୍ ସେହି ଅଞ୍ଚଳରେ ଏକ ଉଚ୍ଚ ଶବ୍ଦ ଶୁଣାଗଲା ଏବଂ ବାସିନ୍ଦାମାନେ ଦୌଡ଼ା‌ଦୌଡି କରିବାକୁ ଲାଗିଲେ। ସ୍ଥାନୀୟ ଲୋକମାନେ କିଛି ପିଲାଙ୍କୁ ଚେତାଶୂନ୍ୟ ହୋଇ ଭୂମିରେ ପଡ଼ିଥିବାର ଦେଖିବାକୁ ପାଇଲେ। ଏହି ବିସ୍ପେରଣରେ ମୃତକ ଜଣକ ରାଜ ବିଶ୍ବାସ ବୋଲି ଜଣାପଡିଛି । ଏହାଛଡ଼ା ଦୁଇ ଆହତ ହେଉଛନ୍ତି ରୁପମ ବଲାଭ (୧୩) ଏବଂ ସୌରଭ ଚୌଧୁରୀ (୮)। ଏହି ତିନି ଜଣଙ୍କୁ ପ୍ରଥମେ ପାଣ୍ଡୁଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ବିଶ୍ବାସଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚୁଞ୍ଚୁରା ଇମ୍ବାରା ଡାକ୍ତରଖାନାକୁ ପଠାଯାଇଥିଲା। ବଲାଭଙ୍କ ଜେଜେମା କହିଛନ୍ତି ଯେ ତାଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି। ହୁଗୁଳି ଗ୍ରାମୀଣ ପୁଲିସ ଏହି ଘଟଣାର ତଦନ୍ତ କରୁଛି। ଆଜି ପାଣ୍ଡୁଆର ହୁଗଲି ଲୋକସଭା ନିର୍ବାଚନମଣ୍ଡଳୀରୁ ଦଳର ପ୍ରାର୍ଥୀ ରାଚନା ବାନାର୍ଜୀଙ୍କ ସମର୍ଥନରେ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ ଏକ ନିର୍ବାଚନ ରାଲି ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ସ୍ଥାନୀୟ ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ ଏହି ବିସ୍ଫୋରଣରେ ଟିଏମ୍‌ସିର ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking