30.1 C
Bhubaneswar
Saturday, May 18, 2024
Homeଖେଳରୋହିତ ଶର୍ମାଙ୍କ ନାମରେ ଅଲୋଡ଼ା ରେକର୍ଡ

ରୋହିତ ଶର୍ମାଙ୍କ ନାମରେ ଅଲୋଡ଼ା ରେକର୍ଡ

ମୁମ୍ବାଇ: କୋଲ୍‌କାତା ନାଇଟ୍ ରାଇଡର୍ସ ବିପକ୍ଷ ଶୁକ୍ରବାରର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବତନ କ୍ୟାପ୍‌ଟେନ୍ ରୋହିତ ଶର୍ମାଙ୍କ ନାମରେ ଏକ ଅଲୋଡ଼ା ରେକର୍ଡ ହୋଇଛି । ଏହି ମ୍ୟାଚ୍‌ରେ ରୋହିତ ୧୨ ବଲ୍‌ରେ ମାତ୍ର ୧୧ ରନ୍ କରି ସୁନୀଲ୍ ନାରିନ୍‌ଙ୍କ ଶିକାର ହୋଇଥିଲେ । ରୋହିତଙ୍କୁ ଆଇପିଏଲ୍‌ରେ ଆଉଟ୍ କରିବା ଆଇପିଏଲ୍‌ରେ ଏହା ଅଷ୍ଟମ ଘଟଣା । ଏହା ସହିତ ରୋହିତ ଟୁର୍ଣ୍ଣାମେଣ୍ଟ୍‌ରେ ଜଣେ ବୋଲର୍‌ଙ୍କ ବିପକ୍ଷରେ ସର୍ବାଧିକ ଥର ଆଉଟ୍ ହୋଇଥିବା ବ୍ୟାଟର୍ ହୋଇଛନ୍ତି । ଏହା ପୂର୍ବରୁ ଆଇପିଏଲ୍‌ରେ କୌଣସି ବ୍ୟାଟର୍ ଜଣେ ବୋଲର୍‌ଙ୍କ ଦ୍ୱାରା ଏତେ ଥର ଆଉଟ୍ ହୋଇନଥିଲେ ।
ଅନ୍ୟପକ୍ଷରେ ରୋହିତଙ୍କୁ ଅଷ୍ଟମ ଥର ଆଉଟ୍ କରି ସୁନୀଲ୍ ନାରିନ୍ ନିଜ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ କରିଛନ୍ତି । ସେ ଆଇପିଏଲ୍‌ରେ ରୋହିତ ଶର୍ମାଙ୍କୁ ସର୍ବାଧିକ ଥର ଆଉଟ୍ କରିଥିବା ବୋଲର୍ ହୋଇଛନ୍ତି । ଏହା ପୂର୍ବରୁ ସେ ଅମିତ ମିଶ୍ରାଙ୍କ ସହ ସଂଯୁକ୍ତ ଭାବେ ପ୍ରଥମ ସ୍ଥାନରେ ଥିଲେ । ରୋହିତଙ୍କୁ ଅମିତ ମିଶ୍ରା ୭ ଥର ଆଉଟ୍ କରିଛନ୍ତି । ସେହିପରି ବିନୟ କୁମାର ୬ ଥର ଆଉଟ୍ କରି ତୃତୀୟ ସ୍ଥାନରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking