32.1 C
Bhubaneswar
Saturday, May 18, 2024
Homeଖେଳଚହର୍‌, ମୟଙ୍କ ବାକି ଆଇପିଏଲ୍ ସିଜନ୍‌ରୁ ବାଦ୍‌!

ଚହର୍‌, ମୟଙ୍କ ବାକି ଆଇପିଏଲ୍ ସିଜନ୍‌ରୁ ବାଦ୍‌!

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ ସିଜନ୍‌ର ୫୨ ମ୍ୟାଚ୍ ଶେଷ ହୋଇଥିବା ବେଳେ ପ୍ଲେଅଫ୍ ପାଇଁ ରେସ୍ ତୀବ୍ର ହୋଇଛି । ଇତିମଧ୍ୟରେ ଦୀପକ ଚହର ଓ ମୟଙ୍କ ଯାଦବଙ୍କ ଆହତ ଘଟଣା ଚେନ୍ନାଇ ସୁପର୍ କିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସର ଚିନ୍ତା ବଢ଼ାଇଛି । କ୍ରିକ୍‌ବଜ୍ ରିପୋର୍ଟ ଅନୁସାରେ ଚହର ଏବଂ ମୟଙ୍କ ଯାଦବ ବାକି ସିଜନ୍ ଖେଳିବା ନେଇ ସଂଶୟ ଦେଖାଦେଇଛି । ଚହର ହାମ୍‌ଷ୍ଟ୍ରିଙ୍ଗ୍ ଆଘାତକୁ ନେଇ ସଂଘର୍ଷ କରୁଥିବା ବେଳେ ଲକ୍ଷ୍ନୌ ଫାଷ୍ଟ୍ ବୋଲର୍ ମୟଙ୍କ ଯାଦବ ପୁଣିଥରେ ଆହତ ହୋଇଛନ୍ତି । ଏପରି ସ୍ଥିତିରେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ଅସମ୍ଭବ । ନିକଟରେ ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ଚହର ମାତ୍ର ଦୁଇଟି ବଲ୍ ପକାଇବା ପରେ ପଡ଼ିଆରୁ ଚାଲିଯାଇଥିଲେ । ଚେନ୍ନାଇ ସୁପର୍ କିଙ୍ଗ୍‌ସ ସିଇଓ କାଶୀ ବିଶ୍ୱନାଥନ୍ ତାଙ୍କ ଆଘାତ ସମ୍ପର୍କରେ କହିଛନ୍ତି, ଆଘାତ ଗୁରୁତର ଥିବାବେଳେ ଚହର ଆସନ୍ତାକାଲିର ମ୍ୟାଚ୍ ପାଇଁ ଧର୍ମଶାଳା ମଧ୍ୟ ଯାଇନାହାନ୍ତି । ସେ ଚେନ୍ନାଇରେ ଅଛନ୍ତି । ମେଡିକାଲ୍ ଟିମ୍‌ର ରିପୋର୍ଟକୁ ଅପେକ୍ଷା କରାଯାଇଛି । ଅନ୍ୟପକ୍ଷରେ ପୂର୍ବରୁ ଆହତ ହୋଇଥିବା ମୟଙ୍କ ଯାଦବ ପ୍ରାୟ ମାସେ ପରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ୩.୧ ଓଭର୍ ବୋଲିଂ କରିବା ପରେ ସେ ପୁଣିଥରେ ଆହତ ହୋଇଥିଲେ । ସୂଚନାଯୋଗ୍ୟ ୨୦୨୩ ସିଜନ୍‌ରେ ମଧ୍ୟ ସେ ଆଘାତ କାରଣରୁ ବାଦ୍ ପଡ଼ିଥିଲେ । ଏବେ ତାଙ୍କର ପ୍ରତ୍ୟାବର୍ତ୍ତ ଅସମ୍ଭବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking