32.1 C
Bhubaneswar
Saturday, May 18, 2024
Homeଓଡିଶାଓଡ଼ିଶା ଇଲେକ୍ସନ ୱାଚ୍ ଓ ଏଡିଆର ରିପୋର୍ଟ; ପ୍ରଥମ ପର୍ଯ୍ୟାୟର ୧୭ ସାଂସଦ ପ୍ରାର୍ଥୀ କୋଟିପତି

ଓଡ଼ିଶା ଇଲେକ୍ସନ ୱାଚ୍ ଓ ଏଡିଆର ରିପୋର୍ଟ; ପ୍ରଥମ ପର୍ଯ୍ୟାୟର ୧୭ ସାଂସଦ ପ୍ରାର୍ଥୀ କୋଟିପତି

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୧୭ ଜଣ ପ୍ରାର୍ଥୀ କୋଟିପତି ହୋଇଥିବାବେଳେ ୭ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ଲାଞ୍ଚ ନେବା ମାମଲା ରହିଛି । ଜଣେ ପ୍ରାର୍ଥୀ ସ୍କୁଲ ମାଡ଼ି ନଥିବା ବେଳେ ୩ ଜଣ ମାଟ୍ରିକ ପାସ୍ କରିନାହାନ୍ତି । ଏନେଇ ଆଜି ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।
ଓଡ଼ିଶାରେ ଆସନ୍ତା ୧୩ରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହେବ । ଏଥିରେ ମୋଟ ୩୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚ ପକ୍ଷରୁ ରିପୋର୍ଟ ଅନୁସାରେ ୩୭ ଜଣଙ୍କ ମଧ୍ୟରୁ ୧୭ ଜଣ ଲୋକସଭା ପ୍ରାର୍ଥୀ କୋଟିପତି । ମୋଟ ୪୧ କୋଟି ୮୯ ଲକ୍ଷ ଟଙ୍କାର ସମ୍ପତ୍ତି ସହ ବିଜେପିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକା ଦେବୀ ସବୁଠୁ ଧନୀ । ୨୦ ହଜାର ୬୨୫ ଟଙ୍କାର ସମ୍ପତ୍ତି ସହ କୋରାପୁଟର ଏସୟୁସିଆଇ ପ୍ରାର୍ଥୀ ପ୍ରମିଳା ପୂଜାରୀ ସବୁଠୁ ଗରିବ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ୩୭ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡି, ବିଜେପି ଓ କଂଗ୍ରେସରୁ ୪ ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଛି । ୨୫ ଜଣ ପ୍ରାର୍ଥୀଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ । ସେହିପରି ୩ ଜଣ ପ୍ରାର୍ଥୀ ଦଶମ ପାସ କରି ନାହାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସ୍କୁଲ ମାଡ଼ି ନାହାନ୍ତି । ୭ ଜଣ ଦଶମ ପାସ, ୫ ଜଣ ଦ୍ୱାଦଶ, ୧୦ ଜଣ ସ୍ନାତକ, ୨ ଜଣ ଡକ୍ଟରେଟ ଉପାଧି ପାଇଛନ୍ତି । ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୧୯% ବା ୭ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ୨୫ରୁ ୫୦ ବର୍ଷ ବୟସ ବର୍ଗରେ ୨୪ ଜଣ ପ୍ରାର୍ଥୀ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking