30.1 C
Bhubaneswar
Saturday, May 18, 2024
Homeଖେଳଆମେରିକା ବିଶ୍ୱକପ୍ ଟିମ୍ ଘୋଷିତ; ମୋନାଙ୍କ କ୍ୟାପ୍‌ଟେନ୍‌, ଉନ୍‌ମୁକ୍ତ ବାଦ୍‌

ଆମେରିକା ବିଶ୍ୱକପ୍ ଟିମ୍ ଘୋଷିତ; ମୋନାଙ୍କ କ୍ୟାପ୍‌ଟେନ୍‌, ଉନ୍‌ମୁକ୍ତ ବାଦ୍‌

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ସହ-ଆୟୋଜକ ଆମେରିକା ନିଜର ଟିମ୍ ଘୋଷଣା କରିଛି । ୧୫ ଜଣିଆ ଟିମ୍‌ର ନେତୃତ୍ୱ ମୋନାଙ୍କ ପଟେଲ୍ କରିବେ । ଗୁଜରାଟର ଆନନ୍ଦ ସହରରେ ଜନ୍ମିତ ମୋନାଙ୍କ ଅଣ୍ଡର-୧୯ ସ୍ତରରେ ଗୁଜରାଟର ପ୍ରତିନିଧିତ୍ୱ କରିଥିଲେ । ମାତ୍ର ପରେ ଆମେରିକା ଚାଲିଯାଇଥିଲେ । ମୋନାଙ୍କ ପଟେଲ୍‌ଙ୍କ ବ୍ୟତୀତ ଭାରତୀୟ ଜନ୍ମିତ ଆଉ ବହୁ ଖେଳାଳିଙ୍କୁ ମଧ୍ୟ ଟିମ୍‌ରେ ସ୍ଥାନ ମିଳିଛି । ତେବେ ଉନ୍‌ମୁକ୍ତ ଚାନ୍ଦଙ୍କୁ ଟିମ୍‌ରେ ସାମିଲ କରାଯାଇନାହିଁ । ଉନ୍‌ମୁକ୍ତଙ୍କ ନେତୃତ୍ୱରେ ଭାରତ ୨୦୧୨ ଅଣ୍ଡର-୧୯ ବିଶ୍ୱକପ୍ ଜିତିଥିଲା । ସେହିପରି ତାଙ୍କ ଟିମ୍‌ର ସଦସ୍ୟ ଥିବା ୱିକେଟ୍‌କିପର୍ ବ୍ୟାଟର୍ ସ୍ମିତ୍ ପଟେଲ୍‌ଙ୍କୁ ମଧ୍ୟ ଟିମ୍‌ରେ ସୁଯୋଗ ମିଳିନାହିଁ । ସ୍କ୍ୱାଡ୍‌ରେ ଡାହାଣହାତୀ ବ୍ୟାଟର୍ ମିଲିନ୍ଦ କୁମାର ମଧ୍ୟ ସାମିଲ ଅଛନ୍ତି । ମିଲିନ୍ଦ ୨୦୧୮-୧୯ ରଣଜୀ ଟ୍ରଫି ସିଜନ୍‌ରେ ସିକ୍କିମ୍‌ର ପ୍ରତିନିଧିତ୍ୱ କରି ୧୩୩୧ ରନ୍ କରିଥିଲେ । ଏହାପରେ ସେ ତ୍ରିପୁରା ପକ୍ଷରୁ ମଧ୍ୟ ରଣଜୀ ଟ୍ରଫି ଖେଳିଥିଲେ । ତେବେ ଉନ୍ନତ ଅବସର ସନ୍ଧାନରେ ପରେ ଆମେରିକା ଚାଲିଯାଇଥିଲେ । ୨୦୨୧ରେ ଆମେରିକାରେ ପଦାର୍ପଣ କରିବାକୁ ପୂର୍ବରୁ ମିଲିନ୍ଦ ଆଇପିଏଲ୍‌ରେ ଦିଲ୍ଲୀ ଡେୟାର୍ ଡେଭିଲ୍ସ (ବର୍ତ୍ତମାନର ଦିଲ୍ଲୀ କ୍ୟାପିଟାଲ୍ସ) ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ମଧ୍ୟ ପ୍ରତିନିଧିତ୍ୱ କରିଥିଲେ । ମୁମ୍ବାଇର ପୂର୍ବତନ ବାମହାତୀ ସ୍ପିନର୍ ହରମିତ୍ ସିଂହଙ୍କୁ ମଧ୍ୟ ଟିମ୍‌ରେ ସ୍ଥାନ ମିଳିଛି । ମୁମ୍ବାଇ ଜନ୍ମିତ ୩୧ ବର୍ଷୀୟ ଖେଳାଳି ୨୦୧୨ ଅଣ୍ଡର-୧୯ ବିଶ୍ୱକପ୍‌ରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଏହା ବ୍ୟତୀତ ସେ ୨୦୧୩ରେ ରାଜସ୍ଥାନ ରୟାଲ୍ସ ଏବଂ ତ୍ରିପୁରା ପାଇଁ ଘରୋଇ କ୍ରିକେଟ୍ ମଧ୍ୟ ଖେଳିଥିଲେ । ଭାରତ ପାଇଁ ଅଣ୍ଡର-୧୯ ବିଶ୍ୱକପ୍ ଖେଳିଥିବା ସୌରଭ ନେତ୍ରାଭଲ୍‌କର ମଧ୍ୟ ଆମେରିକା ବିଶ୍ୱକପ୍ ଟିମ୍‌ରେ ସାମିଲ ହୋଇଛନ୍ତି । ସେ ୨୦୧୦ରେ ଅଣ୍ଡର-୧୯ ବିଶ୍ୱକପ୍ ଟିମ୍‌ରେ କେଏଲ୍ ରାହୁଲ, ଜୟଦେବ ଉନାଦକତ୍ ଓ ମୟଙ୍କ ଅଗ୍ରୱାଲ୍‌ଙ୍କ ସାଥୀ ଖେଳାଳି ମଧ୍ୟ ଥିଲେ ।
ଟିମ୍‌ରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଲ୍‌ରାଉଣ୍ଡର କୋରୀ ଆଣ୍ଡରସନ୍ ମଧ୍ୟ ଅଛନ୍ତି । ସେ ୨୦୧୫ ଦିନିକିଆ ବିଶ୍ୱକପ୍ ସମେତ ୨୦୧୪ ଓ ୨୦୧୬ରେ ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡର ପ୍ରତିନିଧିତ୍ୱ କରିଥିଲେ । ସେ ୨୦୨୩ରେ ଆମେରିକା ଚାଲିଯିବା ପରେ ଗତ ମାସରେ କାନାଡା ବିପକ୍ଷ ଟି-୨୦ ମ୍ୟାଚ୍‌ରେ ଆମେରିକା ପକ୍ଷରୁ ପଦାର୍ପଣ କରିଛନ୍ତି । ସେହିପରି ପାକିସ୍ତାନ ଜନ୍ମିତ ଫାଷ୍ଟ୍ ବୋଲର୍ ଅଲି ଖାନ୍ ମଧ୍ୟ ଟିମ୍‌ରେ ସ୍ଥାନ ପାଇଛନ୍ତି । ତାଙ୍କୁ ୨୦୨୦ରେ କୋଲ୍‌କାତା ନାଇଟ୍ ରାଇଡର୍ସ ନିଜ ଟିମ୍‌ରେ ସାମିଲ କରିଥିଲା । ଆମେରିକା ବିଶ୍ୱକପ୍‌ରେ ନିଜ ଅଭିଯାନ ଉଦ୍‌ଘାଟନୀ ଦିବସରେ ପଡ଼ୋଶୀ ଦେଶ କାନାଡା ବିପକ୍ଷରୁ କରିବ । ଆମେରିକାକୁ ଗ୍ରୁପ୍‌-ଏ’ରେ ଭାରତ, ପାକିସ୍ତାନ ଏବଂ ଆୟର୍ଲାଣ୍ଡ ସହ ରଖାଯାଇଛି ।
ଆମେରିକା ବିଶ୍ୱକପ୍ ଟିମ୍‌: ମୋନାଙ୍କ ପଟେଲ୍ (କ୍ୟାପ୍‌ଟେନ୍‌/ୱିକେଟ୍‌କିପର୍‌), ଆରୋନ୍ ଜୋନ୍ସ (ଭାଇସ୍ କ୍ୟାପ୍‌ଟେନ୍‌), ଆଣ୍ଡ୍ରିଜ୍ ଗୋସ୍‌, କୋରୀ ଆଣ୍ଡରସନ୍‌, ଅଲି ଖାନ୍‌, ହରମିତ୍ ସିଂହ, ଜେସି ସିଂହ, ମିଲିନ୍ଦ କୁମାର, ନିସର୍ଗ କୁମାର, ନୀତୀଶ କୁମାର, ନୋଶତୁଶ କେନଜିଗେ, ସୌରଭ ନେତ୍ରାଭଲ୍‌କର, ଶେଡ୍‌ଲୀ ଭାନ୍ ଶଲ୍କୱିକ୍‌, ଷ୍ଟିଭେନ୍ ଟେଲର୍ ଏବଂ ଶାୟନ୍ ଜାହାଙ୍ଗୀର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking