32.1 C
Bhubaneswar
Saturday, May 18, 2024
Homeଖେଳମାଦ୍ରିଦ୍ ଓପନ୍ ଫାଇନାଲ୍‌ରେ ରୁବ୍‌ଲେଭ୍

ମାଦ୍ରିଦ୍ ଓପନ୍ ଫାଇନାଲ୍‌ରେ ରୁବ୍‌ଲେଭ୍

ମାଦ୍ରିଦ୍‌: ରୁଷ ଟେନିସ୍ ଷ୍ଟାର୍ ଆନ୍ଦ୍ରେ ରୁବ୍‌ଲେଭ୍ ଆମେରିକାର ଟେଲର୍ ଫ୍ରିଟ୍‌ଜଙ୍କୁ ୬-୪, ୬-୩ ସିଧା ସେଟ୍‌ରେ ହରାଇ ମାଦ୍ରିଦ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଫାଇନାଲ୍‌ରେ ସେ ଫେଲିକ୍ସ ଅଗର୍‌-ଆଲିଆସିମଙ୍କୁ ଭେଟିବେ । ଅନ୍ୟ ଏକ ସେମିଫାଇନାଲ୍‌ର ପ୍ରଥମ ସେଟ୍‌ରୁ ଆଘାତ କାରଣରୁ ଜିରି ଲେହେକା ଓହରିଯିବା ଫଳରେ ଅଗର୍‌-ଆଲିଆସିମ୍ ଫାଇନାଲ୍‌ରେ ପହଞ୍ଚିଥିଲେ । ଏହି କ୍ଲେ କୋର୍ଟ ଇଭେଣ୍ଟ୍‌ର ପୁରୁଷ ଫାଇନାଲ୍ ରବିବାର ଖେଳାଯିବ । ପୂର୍ବରୁ ଆଣ୍ଡିଆନ୍ ୱେଲ୍ଡ, ମିଆମି, ମଣ୍ଟୋ କାର୍ଲୋ ଏବଂ ବାର୍ସେଲୋନାରେ ପ୍ରଥମରୁ ବିଦାୟ ନେଇଥିବା ଅଷ୍ଟମ ର‌୍ୟାଙ୍କ୍‌ର ରୁବ୍‌ଲେଭ୍ ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର୍‌ଫାଇନାଲ୍ସରେ ଦୁଇଥରର ଡିଫେଣ୍ଡିଂ ଚାମ୍ପିଅନ୍ କାର୍ଲୋସ୍ ଅଲ୍‌କାରାଜ୍‌ଙ୍କୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ । ପୂର୍ବରୁ ଜାନୁଆରୀରେ ହଂକଂ ଟାଇଟଲ୍ ଜିତିଥିବା ରୁବ୍‌ଲେଭ୍ ରବିବାର ଅଗର୍‌-ଆଲିଆସିମ୍‌ଙ୍କ ବିପକ୍ଷରେ ସିଜନ୍‌ର ଦ୍ୱିତୀୟ ତଥା କ୍ୟାରିୟର୍‌ର ୧୬ଶ ଟାଇଟଲ୍ ପାଇଁ ଲଢ଼େଇ କରିବେ ।
ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟ୍‌ରେ ତୃତୀୟ ଥର ପାଇଁ ଅଗର୍‌-ଆଲିଆସିମ୍‌ଙ୍କ ପ୍ରତିଦ୍ୱନ୍ଦ୍ୱୀ ଶାରୀରିକ ସମସ୍ୟା ଯୋଗୁଁ ଓହରିଯିବା ପରେ ଆଗକୁ ବଢ଼ିଛନ୍ତି । ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ର ଦ୍ୱିତୀୟ ସେଟ୍‌ରେରେ ଜାକୁବ୍ ମେନ୍‌ସିକ୍ ଓହରି ଯାଇଥିବା ବେଳେ କ୍ୱାର୍ଟର୍ ଫାଇନାଲ୍‌ରେ ଟପ୍ ସିଡ୍ ଜାନିକ୍ ସିମର୍ ହିପ୍ ଇନ୍‌ଜୁରୀ ଯୋଗୁଁ ଖେଳି ନଥିଲେ ଏବଂ ଅଗର୍‌-ଆଲିଆସିମ୍‌ଙ୍କୁ ୱାକ୍‌ଓଭର୍ ମିଳିଥିଲା । ପ୍ରି-କ୍ୱାର୍ଟର୍ ପାଇନାଲ୍‌ରେ କାସ୍‌ପର୍ ରୁଡ୍‌ଙ୍କୁ ହରାଇଥିବା ୩୫ତମ ର‌୍ୟାଙ୍କ୍‌ର କାନାଡା ଖେଳାଳି କ୍ୟାରିୟର୍‌ର ୬ଷ୍ଠ ଟାଇଟଲ୍ ପାଇଁ ମୁକାବିଲା କରିବେ । ମହିଳା ସିଙ୍ଗଲ୍ସ ଫାଇନାଲ୍ ଗତବର୍ଷ ପରି ନଂ.୧ ଇଗା ସ୍ୱିଆଟେକ୍ ଓ ନଂ.୨ ଆରିନା ସାବାଲେଙ୍କାଙ୍କ ମଧ୍ୟରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking