36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବ୍ରାଜିଲରେ  ଭୟଙ୍କର ବନ୍ୟାରେ ଗଲାଣି ୫୬ ଜୀବନ

ବ୍ରାଜିଲରେ  ଭୟଙ୍କର ବନ୍ୟାରେ ଗଲାଣି ୫୬ ଜୀବନ

ନୂଆଦିଲ୍ଲୀ : ବ୍ରାଜିଲରେ  ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କରାଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । କାଦୁଅ ଓ ପାଣି କାରଣରୁ ବର୍ତ୍ତମାନ ସୁଦ୍ଧା ୫୬ଜଣଙ୍କ ଜୀନବ ହାନୀ ଘଟିଥିବା ସୂଚନାରୁ ଜଣାପଡିଛି । ୫୬ଜଣ ଏହି ବନ୍ୟାରେ ପ୍ରାଣହରାଇଥିବା ବେଳେ ଏକ ହଜାରରୁ ଅଧିକ ଲୋକ ନିଜର ବାସଗୃହ ହରାଇଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଏବଂ ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚାଇବା କାମ ଜାରି ରହିଛି । ଜଳବନ୍ଦୀ ଅବସ୍ଥାରେ ଥିବା ଘର, ରାସ୍ତାଘାଟରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ବନ୍ୟାରେ ଭାସିଆସିଥିବା କୁଢ କୁଢ ଅଳିଆ ଆବର୍ଜନା ଭିତରୁ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ଅନ୍ୟପକ୍ଷ୍ୟରେ ପାଣିପାଗର ଆକଳନ ଲୋକଙ୍କ ଚିନ୍ତାକୁ ଆହୁରି ବଢାଇଦେଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଏହାଠୁ ଆହୁରି ଭୟଙ୍କର ପରିସ୍ଥିତି ହେବାକୁ ଅଛି ବୋଲି ପାଣିପାଗ ବିଭାଗ ପକ୍ଷ୍ୟରୁ ପୂର୍ବାନୁମାନ କରାଯାଇଛି । ତେଣୁ ଲୋକଙ୍କୁ ସତର୍କ ରହିବାରୁ ପରାମର୍ଶ ଦିଆଯାଇଛି । ପରିସ୍ଥିତି ଏତେ ଖରାପ ହୋଇପଡିଛି କି, ସବୁଠୁ ଉଚ୍ଚ ସ୍ଥାନରେ ଥିବା ଲୋକଙ୍କୁ ସେମାନଙ୍କ ସ୍ଥାନ ଖାଲି କରିବାକୁ ସରକାର କହିଛନ୍ତି । ସବୁଠୁ ବଡ କଥା ହେଉଛି ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି । ଯାହାକୁ ନେଇ ଲୋକେ ଅଧିକ ମାତ୍ରାରେ ଆତଙ୍କିତ ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking