36.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶ୨୫ ହଜାର କୋଟି ବ୍ୟାଙ୍କ ଦୁର୍ନୀତି ଘଟଣା; ଅଜିତ ପାୱାରଙ୍କୁ ପତ୍ନୀଙ୍କୁ କ୍ଲିନଚିଟ୍‌

୨୫ ହଜାର କୋଟି ବ୍ୟାଙ୍କ ଦୁର୍ନୀତି ଘଟଣା; ଅଜିତ ପାୱାରଙ୍କୁ ପତ୍ନୀଙ୍କୁ କ୍ଲିନଚିଟ୍‌

ନୂଆଦିଲ୍ଲୀ: ବିଜେପି ସହ ହାତ ମିଳାଇ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ମହାରାଷ୍ଟ୍ର ପୁଲିସର ଅର୍ଥନୈତିକ ଅପରାଧ ଶାଖା ଆଜି ୨୫ ହଜାର କୋଟି ଟଙ୍କାର ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ଦୁର୍ନୀତି ସ୍କାମରେ ସୁନେତ୍ରାଙ୍କୁ କ୍ଲିନଚିଟ୍ ଦେଇଛି । ତାଙ୍କ ବିରୋଧରେ ଏହି ବ୍ୟାଙ୍କ ଦୁର୍ନୀତି ମାମଲା ଦୀର୍ଘ ବର୍ଷ ହେଲା ଚାଲିଥିଲା । ବିରୋଧୀ ମେଣ୍ଟରେ ଅଜିତ ପାୱାର ଥିବା ବେଳେ ଏହାକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିଥିଲା । ହେଲେ ଏବେ ସୁନେତ୍ରାଙ୍କୁ କ୍ଲିନଚିଟ୍ ମିଳି ଯାଇଛି । କ୍ଲିନଚିଟ୍ ମିଳିବା ଘଟଣା ପରେ ଉଦ୍ଧବ ଠାକରେଙ୍କ ଶିବସେନା ବଡ଼ ପ୍ରତିକ୍ରିୟା ଦେଇଛି । ଦଳର ନେତା ଆନନ୍ଦ ଦୁବେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି ଅଭିଯୋଗ ଆଣିଥିଲେ ଓ ପାୱାର ପରିବାରକୁ ଦୁର୍ନୀତି ଗ୍ରସ୍ତ କହିଥିଲେ । କିନ୍ତୁ ଆଜି ସୁନେତ୍ରାଙ୍କୁ କ୍ଲିନଚିଟ ମିଳିଯାଇଛି । ଅଭିଯୁକ୍ତ ଥିବା ସବୁ ନେତା ବିଜେପିରେ ମିଶିବା ପରେ କ୍ଲିନଚିଟ୍ ପାଇ ଯାଉଛନ୍ତି । ଇଓଡବ୍ଲ୍ୟୁ ତା’ର ରିପୋର୍ଟରେ କହିଛି ଯେ ଏହି ମାମଲାରେ ସେମାନେ କୌଣସି ପ୍ରକାରର ଅପରାଧିକ ଦିଗ ପାଇ ନାହାନ୍ତି । ତା’ହେଲେ ଏତେଦିନ ଧରି ବିଜେପି ମିଛ ଅଭିଯୋଗ କରି ଚାଲିଥିଲା କି ବୋଲି ସେ ପ୍ରଶ୍ନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking