32.1 C
Bhubaneswar
Saturday, May 4, 2024
Homeଖେଳଆଇପିଏଲ୍‌ରେ ଗିଲ୍‌ଙ୍କ କୀର୍ତ୍ତିମାନ

ଆଇପିଏଲ୍‌ରେ ଗିଲ୍‌ଙ୍କ କୀର୍ତ୍ତିମାନ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ କ୍ୟାପ୍‌ଟେନ୍ ଶୁଭମନ ଗିଲ୍ ବୁଧବାର ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି । ଏହି ମ୍ୟାଚ୍ ଗିଲ୍‌ଙ୍କ ଆଇପିଏଲ୍ କ୍ୟାରିୟର୍‌ର ୧୦୦ତମ ମ୍ୟାଚ୍ । ଏହା ସହିତ ଆଇପିଏଲ୍‌ରେ ୧୦୦ତମ ମ୍ୟାଚ୍ ଖେଳିବାରେ ଗିଲ୍ ସର୍ବକନିଷ୍ଠ ଭାରତୀୟ ଖେଳାଳିର କୀର୍ତ୍ତିମାନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ବିରାଟ କୋହଲିଙ୍କ ନାମରେ ଥିଲା । କୋହଲି ୨୫ ବର୍ଷ ୧୮୨ ଦିନ ବୟସରେ ଶହେତମ ମ୍ୟାଚ୍ ଖେଳିଥିଲେ । ଅନ୍ୟପକ୍ଷରେ ଗିଲ୍ ଏହି କାରନାମା ୨୪ ବର୍ଷ ୨୨୧ ଦିନ ବୟସରେ କରିଛନ୍ତି । ଗିଲ୍‌ଙ୍କ ବ୍ୟତୀତ ଆଫଗାନ୍ ସ୍ପିନର୍ ରଶିଦ୍ ଖାନ୍ ସର୍ବକନିଷ୍ଠ ବିଦେଶୀ ଖେଳାଳି ଭାବେ ୨୪ ବର୍ଷ ୨୨୧ ଦିନ ବୟସରେ ଶହେତମ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ । ଏହା ସହିତ ୧୦୦ ଆଇପିଏଲ୍ ମ୍ୟାଚ୍ ଖେଳିବାରେ ଗିଲ୍ ୬୫ତମ ଖେଳାଳି ହୋଇଛନ୍ତି । ତେବେ ଶହେତମ ମ୍ୟାଚ୍‌ରେ ଗିଲ୍ ମାତ୍ର ୬ ରନ୍ କରି ଆଉଟ୍ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking