36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶକାନାଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ଭାରତୀୟ ମୃତ

କାନାଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ଭାରତୀୟ ମୃତ

କାନାଡା : କାନାଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଭାରତୀୟଙ୍କ ମୃତ୍ୟୁ ଘଟିଛି। ଏକାଧିକ ଗାଡି ପଛକୁ ପଛ ଧକ୍କା ହେବା ଫଳରେ ଚାଲିଯାଇଛି ଚାରି ଜଣଙ୍କ ଜୀବନ। ଏଥିରେ ଏକ ଭାରତୀୟ ବୃଦ୍ଧ ଦମ୍ପତି ଓ ତାଙ୍କ ନାତିଙ୍କର ମୃତ୍ୟୁ ଘଟିଛି।  ସୂଚନା ଅନୁସାରେ କାନାଡାର ହ୍ୱିଟବାଏ ୪୦୧ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିଲା। ଏଥିରେ ୨୧ ବର୍ଷୀୟ ଡ୍ରାଇଭର ସମେତ ଜେଜେବାପା, ଜେଜେମାଆ ଓ ନାତିର ମୃତ୍ୟୁ ହୋଇଛି। ସବୁଠୁ ବଡ଼ କଥା ହେଉଛି, ମୃତ ଶିଶୁ ତିନି ମାସ ହେବ ଜନ୍ମ ହୋଇଥିଲା। ଶିଶୁର ବାପାମାଆ ମଧ୍ୟ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୌଭାଗ୍ୟବଶତଃ ସେମାନଙ୍କ ଜୀବନ ରକ୍ଷା ହୋଇଯାଇଛି।

ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ମାଆର ଅବସ୍ଥା ଗୁରୁତର ଥିବା କୁହାଯାଉଛି। କନସୁଲେଟ୍ ଜେନେରାଲ୍ ଅଫ୍ ଇଣ୍ଡିଆ ଏନେଇ ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛି। କନସୁଲେଟ୍ ଜେନେରାଲ୍ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, ଶିଶୁର ବାପାମାଆ ଅଜାକ୍ସରେ ରହୁଥିଲେ। ସେମାନେ କାନାଡ଼ାର ନିସାନ ସେଣ୍ଟ୍ରାରେ ଯିବା ସମୟରେ ଏହି ଦୁର୍ଘଟଣା ଘଟଇଥିଲା। ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି କାନାଡା ପୁଲିସ ଅଧିକାରୀମାନେ କହିଛନ୍ତି। ଟରୋଣ୍ଟୋରେ ଥିବା ଭାରତର କନସୁଲେଟ୍ ଜେନେରାଲ୍ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ଏବଂ କାନାଡା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଥିବା ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking