37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶବରଯାତ୍ରୀ ଗାଡି ଉପରେ ଓଲଟି ପଡିଲା ଟ୍ରକ; ଚାଲିଗଲା ୬ ଜୀବନ

ବରଯାତ୍ରୀ ଗାଡି ଉପରେ ଓଲଟି ପଡିଲା ଟ୍ରକ; ଚାଲିଗଲା ୬ ଜୀବନ

ପାଟନା: ହସଖୁସିରେ ସ୍କର୍ପିଓରେ ବସି ବରଯାତ୍ରୀ ଯାଉଥିଲେ । ହେଲେ କନ୍ୟାଘରେ ପହଞ୍ଚିବା ପୂର୍ବରୁ ବାଟରେ ଛକି ବସିଥିଲା ମୃତ୍ୟୁ । ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ସ୍କର୍ପିଓ ଉପରେ ଓଲଟି ପଡିଲା । ଆଉ ନିମିଷକରେ ଚାଲିଗଲା ୬ ଜୀବନ । ଗତକାଲି (ସୋମବାର) ବିଳମ୍ବିତ ରାତିରେ ବିହାରର ଭାଗଲପୁରରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ତଳେ ଚାପି ହୋଇ ଜଣେ ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୧୧ଟା ବେଳେ ଭାଗଲପୁର ଅନ୍ତର୍ଗତ ଆମାପୁର ଗାଁ ନିକଟ ୮୦ ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଗାଡିରେ ମୋଟ ୯ ଜଣ ଯାତ୍ରା କରୁଥିଲେ । ସମସ୍ତେ ଗୋଟିଏ ସ୍କର୍ପିଓରେ ବସି ମୁଙ୍ଗେରରୁ ଶ୍ରୀମତପୁର ଗାଁକୁ ବରଯାତ୍ରୀରେ ଯାଉଥିଲେ । ଆମାପୁର ଗାଁ ଦେଇ ଯାଉଥିବା ସମୟରେ ସେହି ବାଟରେ ଯାଉଥିବା ଗୋଟିଏ ଟ୍ରକର ଟାୟାର ଫାଟି ଯାଇଥିଲା । ଫଳରେ ଟ୍ରକଟି ଭାରସାମ୍ୟ ହରାଇ ସ୍କର୍ପିଓ ଉପରେ ଓଲଟି ପଡିଥିଲା । ସ୍କର୍ପିଓରେ ଥିବା ଯାତ୍ରୀମାନେ ଟ୍ରକ ତଳେ ଚାପି ହୋଇ ଆଖି ବୁଜିଥିଲେ । ୬ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking