33.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶଆତତାୟୀଙ୍କ ଗୁଳିମାଡରେ ୪ ପୋଲିସ ଅଧିକାରୀଙ୍କ ମୃତ୍ୟୁ

ଆତତାୟୀଙ୍କ ଗୁଳିମାଡରେ ୪ ପୋଲିସ ଅଧିକାରୀଙ୍କ ମୃତ୍ୟୁ

ୱାଶିଂଟନ: ଆମେରିକାରେ ବାରମ୍ବାର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସୁଛି । ସୋମବାର ଅପରାହ୍ନରେ ଉତ୍ତର କରୋଲିନାର ଚାର୍ଲୋଟେରେ ଗୁଳିମାଡ ହୋଇଛି । ଏଥିରେ ଜଣେ ଡେପୁଟି ମାର୍ଶଲଙ୍କ ସମେତ ୪ ଜଣ ପୋଲିସ ଅଧିକାରୀଙ୍କ ମୃ୍ତ୍ୟୁ ହୋଇଥିବା ବେଳେ ଆଉ ୫ ଜଣ ଆହତ ହୋଇଛନ୍ତି । ଚାର୍ଲୋଟେ ସ୍ଥିତ ଏକ ଘରକୁ ୱାରେଣ୍ଟ ସର୍ଭ କରିବାକୁ ଯାଇଥିବା ବେଳେ ଘର ଭିତରୁ ଗୁଳିମାଡ ହୋଇଥିଲା । କିଛି ବନ୍ଧୁକଧାରୀ ପୋଲିସ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ତେବେ ପୋଲିସ ଗୁଳିରେ ଜଣେ ଅଭିଯୁକ୍ତ ମଧ୍ୟ ଟଳିଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । ପୋଲିସ ପକ୍ଷରୁ ମୃତକର ପରିଚୟ ସାର୍ବଜନୀନ କରାଯାଇନାହିଁ ।

ଚାର୍ଲୋଟେ-ମେକଲେନବର୍ଗ ପୋଲିସ ମୁଖ୍ୟ ଜନି ଜେନିଙ୍ଗସ କହିଛନ୍ତି ଯେ, ପୋଲିସ ଅଧିକାରୀମାନେ ୱାରେଣ୍ଟ ସର୍ଭ କରିବାକୁ ଉକ୍ତ ଘରେ ପହଞ୍ଚିବା ବେଳେ ଜଣେ ଦୁର୍ବୃତ୍ତ ପ୍ରଥମେ ପୋଲିସ ଉପରକୁ ଗୁଳିଚାଳନା କରିଥିଲା । ତେବେ ପୋଲିସର ଜବାବୀ କାର‌୍ୟ୍ୟାନୁଷ୍ଠାନରେ ତା’ର ମୃତ୍ୟୁ ହୋଇଥିଲା । ଏହାପରେ ଘର ଭିତରୁ ଆଉ ଜଣେ ଆଖିବୁଜା ଗୁଳିମାଡ କରିଥିଲା । ଏଥିରେ ଆମେରିକା ମାର୍ଶଲ ଟାସ୍କ ଫୋର୍ସର ୩ ଜଣ ଅଧିକାରୀଙ୍କ ପ୍ରାଣହାନି ଘଟିଛି ।

୫ ଜଣ ଅଧିକାରୀ ଆହତ ହୋଇଛନ୍ତି । ଦୀର୍ଘ ୩ ଘଣ୍ଟା ଧରି ପୋଲିସ ଏବଂ ଆତତାୟୀଙ୍କ ମଧ୍ୟରେ ଏହି ଗୁଳିମାଡ ଚାଲିଥିଲା । ଦୀର୍ଘ ୩ ଘଣ୍ଟା ପରେ ପୋଲିସ ଘର ଭିତରେ ପଶିଥିଲା । ଘରୁ ଗୋଟିଏ ହାଇ-ପାୱାର ରାଇଫଲ ଜବତ ହୋଇଛି । ଏଥିସହ ଏହି ଘଟଣା ସମୟରେ ଘର ଭିତରେ ଜଣେ ମହିଳା ଏବଂ ୧୭ ବର୍ଷୀୟ ନାବାଳକ ଥିବାବେଳେ ଏବେ ଦୁହିଁଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି । ମାର୍ଶଲ ସର୍ଭିସ ସ୍ପଷ୍ଟ କରିଛି ଯେ, ଗୁଳିମାଡରେ ଜଣେ ଏଜେଣ୍ଟ ନିପାତ ହୋଇଛି । ତା’ର ନାମ ସାର୍ବଜନୀନ କରାଯାଇ ନାହିଁ । ତେବେ କିଛି ଅଧିକାରୀ ଆହତ ପୋଲିସ ଅଧିକାରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ସମୟରେ ଗୁଳିମାଡରେ ସେମାନେ ମଧ୍ୟ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking