32.1 C
Bhubaneswar
Friday, May 17, 2024
Homeଓଡିଶାଆଜିର ଅନୁଚିନ୍ତା _

ଆଜିର ଅନୁଚିନ୍ତା _

ମାନବ ଜୀବନ ଅଙ୍ଗୁର ସଦୃଶ୍ୟ*
ଖଟା ମିଠା କି ଅମୃତ,
ଆନ କେଉଁ କ୍ଷଣ ବିଷ କି ବିଷମ
ସୁଧୀଜନେ ଅନୁଭୂତ ।

କେହି ଯଦି ତୁମକୁ ବିନା କାରଣରେ କଷ୍ଟ ଦିଏ ଦିନେ ନା ଦିନେ ସେ ନିଜ ଆଡୁ ଭୁଲ୍ ର ଶାସ୍ତି ପାଇବ ଏବଂ ଅନୁତାପ କରିବ ।
କେବେ ପ୍ରତିଶୋଧର କଥା ଭାବନ୍ତୁ ନାହିଁ ।

ଯାହା ବାନ୍ଧିଲେ ବାନ୍ଧି ହୋଇଯାଏ ଆଉ ଛିଡେଇଲେ ଛିଡି ଯାଏ ତାକୁ ବନ୍ଧନ କୁହାଯାଏ , ଆଉ ଯାହା ଆପେ ଆପେ ତିଆରି ହୁଏ ଶେଷ ଯାଏଁ ଛିଡେ ନାହିଁ ତାକୁ ସମ୍ବନ୍ଧ କୁହାଯାଏ ।
ନିଜେ ଜବାବ୍ ଦେବା ଦ୍ଵାରା ମଣିଷ କମ୍ Realise କରିଥାଏ, ସମୟ ଯେଉଁ ଜବାବ୍ ଦିଏ ମଣିଷ ତାକୁ ପୂର୍ଣ୍ଣତାର ସହିତ Realise କରିଥାଏ ।
ଶବ୍ଦ ବି ଏକ ଭୋଜନ…. ପ୍ରତ୍ୟେକ ଶବ୍ଦରେ ଏକ ସ୍ଵାଦ ଅଛି ! କହିବା ପୂର୍ବରୁ ଚାଖି ନିଅନ୍ତୁ….

ନିଜକୁ ଯଦି ଭଳ ନଲାଗେ ଅନ୍ୟକୁ ପରସନ୍ତୁ ନାହିଁ
ଶ୍ରୀ ଜଗନ୍ନାଥ ଶରଣଂ*

ଅଦ୍ଯ ମେଷ ଦି୧୭ନ, ବୈଶାଖ କୃଷ୍ଣ ଷଷ୍ଠୀ ଦ୪।୨୯ ଦିଘ୭।୧୦,ପୂର୍ବାଷାଢ଼ା ଦ୦।୧୨ ପ୍ରାଘ୫।୨୩,ଉତ୍ତରାଷାଢ଼ାକ୍ଷଃ ଦ୫୮।୫୩ ରାଘ ୪।୫୬,ଧନୁଚନ୍ଦ୍ର ଦ୧୪।୪୪ ଦିଘ୧୧।୧୬।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମେଷ ଦ ୨/୧୨/୪୦ ଇଂଘ ୫/୨୧/୫୩ ଗତେ ଉଦୟ।
ତୁଳା ଦ୩/୫୯/୧୦ ଇଂଘ ୬/୫୪/୩ ଗତେ ଅସ୍ତ ।

ଯୋଗିନୀ ପଶ୍ଚିମେ । ଦିବା ଘ୭।୧୦ ଗତେ ବାୟବ୍ୟେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ପ୍ରାତଃ ଘ୫।୨୩ ଗତେ ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ ୪।୫୬ ଗତେ ଧନିଷ୍ଠା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ମୃଗଶିରା ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ସ୍ୱାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୧୧।୧୬ ଗତେ ମକର କୁମ୍ଭ ମୀନ ମେଷ କର୍କଟ ତୁଳା ବିଛା ଏ ରାଶିମାନଙ୍କର ଚନ୍ଦ୍ର ଶୁଦ୍ଧି । ସିଂହରାଶିର ଘାତଚନ୍ଦ୍ର ।ମକରରାଶିର ଘାତବାର । ଦିବା ଘ୬।୫୧ ଗତେ ଘ୮।୨୬ ମଧ୍ୟେ ବାରବେଳା । ଘ୧।୨୫ ଗତେ ଘ୩।୧ ମଧ୍ୟେ କାଳବେଳା ।ରାତ୍ରି ଘ୭।୩୬ ଗତେ ଘ୯।୫ ମଧ୍ୟେ କାଳରାତ୍ରି ।ମୃତେ ପାଦଦୋଷ । ଫଳଂ କୃଷିହାନି । ଭୂମିଦାନ । ପ୍ରାତଃ ଘ୫।୨୩ ଗତେ ଦ୍ବିପାଦଦୋଷ ।ଫଳଂ କୃଷି ସନ୍ତାନହାନି । ଭୂମି ତିଳକାଞ୍ଚନ ଦାନ । ଦିବା ଘ୭।୧୦ ଗତେ ତ୍ରିପାଦଦୋଷ ।ଫଳଂ ସମ୍ପଦହାନୀ । ଭୂମି, ଅନ୍ନ, ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ପ୍ରାତଃ ଘ୫।୨୩ ମଧ୍ୟେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ କୂଳଟା । ଗୋକାଞ୍ଚନ ପ୍ରବାଳ ରକ୍ତବସ୍ତ୍ର ଦାନ ।ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ନିମ୍ବ ଦିବା ଘ୭।୧୦ ଗତେ ତାଳ ଭକ୍ଷଣ ନିଷେଧ । ଦିବା ଘ୧୧।୧୬ ଗତେ ଶରଣ ପଞ୍ଚକଦୋଷ । ତୃଣକାଷ୍ଠ ଛେଦନ ନିଷେଧ ।

*(ଅମୃତ)-ଦିବା ଘ୭।୪୫ ଗତେ ଘ୧୦।୯ ମଧ୍ୟେ ଘ୧୨।୩୩ ଗତେ ଘ୨।୯ ମଧ୍ୟେ ରାତ୍ରି ଘ୨।୫୭ ଗତେ ଘ୪।୩୩ ମଧ୍ୟେ । (ମାହେନ୍ଦ୍ର)- ନାସ୍ତି
ରାଶି ଫଳ
ମେଷ: ଯେଉଁମାନେ ମାଟି ବ୍ୟବସାୟ କରୁଛନ୍ତି ସେମାନଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନସାଥୀର କାର୍ଯ୍ୟବ୍ୟସ୍ତତା ଆପଣଙ୍କ ଉଦାସର କାରଣ ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ବୃଷ: ବନ୍ଧୁ ସହଯୋଗରେ ଅଧୁରା ଇଚ୍ଛା ପୂରା ହୋଇପାରେ। ଶତ୍ରୁ ଆପଣଙ୍କ ପ୍ରଭାବରେ ଦବି ରହିବେ। ବ୍ୟବସାୟୀଙ୍କ ଲାଗି ଧନଲାଭର ଯୋଗ ରହିଛି।

ମିଥୁନ: ଅଧିକାଂଶ ସମୟ ପିଲାମାନଙ୍କ ସହିତ କାଟିବେ। ଆପଣ ସକାରାତ୍ମକ ରହିବେ। ଆପଣଙ୍କ ମନରେ କୌଣସି ଆଶା ଉତ୍ପନ୍ନ ହେବ। କ୍ୟାରିୟରରେ ଲାଭ ପାଇବେ।

କର୍କଟ: ଆଜି ନୂଆ କାମ କରିବାର ଇଚ୍ଛା ପରିହାର କରନ୍ତୁ। ମିଡ଼ିଆ କ୍ଷେତ୍ରରେ ଥିବା ଲୋକଙ୍କୁ ଅଧିକ ଯାତାୟାତ କରିବାକୁ ପଡ଼ିପାରେ। ଆପଣ ନିଜର ବିଚାରକୁ ଭଲଭାବେ ବ୍ୟକ୍ତ କରିପାରିବେ।

ସିଂହ: ସୁଖସୁବିଧା ପ୍ରତି ଆପଣଙ୍କର ରୁଚି ବଢ଼ିବ। ଘର ଓ ଅଫିସରେ ବାତାବରଣ ଆପଣଙ୍କ ଲାଗି ଆନନ୍ଦଦାୟକ ରହିବ। କାମ ନେଇ ଗଭୀର ଚିନ୍ତା କରିବେ।

କନ୍ୟା: ଧାର୍ମିକ କାର୍ଯ୍ୟରେ ଆପଣଙ୍କ ଧ୍ୟାନ ଲାଗି ରହିପାରେ। ଚାକିରି କ୍ଷେତ୍ରରେ ଅଶାନ୍ତି ସମାପ୍ତ ହୋଇଯିବ। ଆୟର ନୂଆ ଉତ୍ସ ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ।

ତୁଳା: ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ। ସୃଜନଶୀଳ କାମ ପାଇଁ ସମୟ ବହୁତ ଭଲ। ଠିକାଦାରଙ୍କ ଲାଗି ଦିନଟି ଲାଭ ଦେବ। କିଛି ଲୋକଙ୍କ ଧ୍ୟାନ ଆପଣଙ୍କ ଉପରେ ରହିବ। ପ୍ରେମ ଜୀବନ ମଧୁର ହେବ।

ବିଛା: ଜୀବନସାଥୀଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ସନ୍ଧ୍ୟାରେ ଭଲ ଖବର ପାଇବେ। ବହୁ ବର୍ଷରୁ ବିକ୍ରି ହେଉନଥିବା ଜମି ଭଲ ଦାମରେ ବିକ୍ରି ହୋଇଯିବ।

ଧନୁ: ବୈବାହିକ ସମସ୍ୟା ସମାଧାନ ହୋଇପାରେ। ବ୍ୟବସାୟରେ ପ୍ରଗତି ଲାଗି ଦିନଟି ଅନକୂଳ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଜମି ବ୍ୟବସାୟୀଙ୍କୁ ଦିନଟି ଲାଭ ଦେବ। ସ୍ବାସ୍ଥ୍ୟରେ ଉନ୍ନତି ହେବ।

ମକର: ପରିବାରରେ କୌଣସି ଲୋକ ସହିତ ବିବାଦ ହୋଇପାରେ। ଅଜାଣତରେ ଭୁଲ୍ ହୋଇପାରେ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ। ପ୍ରେମ ସଂପର୍କ ନିବିଡ଼ ହେବ।

କୁମ୍ଭ: ଆଜି କୌଣସି ବଡ଼ ପଦକ୍ଷେପ ନିଅନ୍ତୁ ନାହିଁ। ପୁରୁଣା ବିବାଦ ସମ୍ମୁଖକୁ ଆସିବ। ଅଫିସରେ ଉଚ୍ଚଅଧିକାରୀଙ୍କ ଆଗରେ ଆପଣଙ୍କ କଥା ରଖନ୍ତୁ, ଭଲ ପ୍ରତିକ୍ରିୟା ମିଳିବ। ରାଜନୀତିରେ ସଫଳତା ପାଇବେ।

ମୀନ: ଆର୍ଥିକ ମାମଲାରେ ସ୍ଥିତି ବହୁତ ଭଲ ହେବ। ସୁସ୍ଥ ଅନୁଭବ କରିବେ। ପରିବାରରେ ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ ହେବ। ଯାନ କିଣିବା ଲାଗି ଆଗ୍ରହ ବଢ଼ିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking