ଭୁବନେଶ୍ୱର : ତାତିରୁ ମିଳିବ ଆଶ୍ୱସ୍ତି ; କାଳବୈଶାଖୀ କମାଇବ ତାପମାତ୍ରା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏହା ଉପକୂଳ ସମେତ କିଛି ସ୍ଥାନରେ ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ପ୍ରଭାବରେ ୩ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ଘଟିବାର ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗତକାଲି ୨୬ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ଅତିକ୍ରମ କରିଥିଲା। ୪୪.୬ ଡିଗ୍ରୀ ସହିତ ବୌଦ୍ଧ ପାଲଟିଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ୭ଟି ସହରର ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା। ଟ୍ୱିନ୍ ସିଟି (କଟକ ଓ ଭୁବନେଶ୍ୱର)ରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିଲା।