28.1 C
Bhubaneswar
Friday, March 29, 2024
Homeଓଡିଶାସବ୍‌ଜେଲ୍‌ରେ ବିଚାରାଧୀନ କଏଦୀ ମୃତ୍ୟୁ

ସବ୍‌ଜେଲ୍‌ରେ ବିଚାରାଧୀନ କଏଦୀ ମୃତ୍ୟୁ

ଭଞ୍ଜନଗର: ଭଞ୍ଜନଗର ସବଜେଲ୍ ପରିସରରେ ମଙ୍ଗଳବାର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସୁରେନ୍ଦ୍ର ନାଇକ(୭୦) । ସେ ଏକ ହତ୍ୟା ମାମଲାରେ ଅଭିଯୁକ୍ତଭାବେ ଭଞ୍ଜନଗର ସବଜେଲ୍‌ରେ ବିଚାରାଧୀନ କଏଦୀ ଜୀବନ ବିତାଉଥିଲେ । ମଙ୍ଗଳବାର ସୁରେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଜେଲ ଫାର୍ମାସିଷ୍ଟ ଲୋକନାଥ ପାଢୀ ବିଚାରାଧୀନ ବନ୍ଦୀ ସୁରେନ୍ଦ୍ର ନାଇକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଥିବା ନେଇ ଜେଲ ସୁପରିଟେଣ୍ଡେଣ୍ଟ ଦଣ୍ଡପାଣି ପାତ୍ରଙ୍କୁ ସୂଚିତ କରାଇଥିଲେ । ପରେ ଆଜି ଅପରାହ୍ନ ସାଢେ ୩ଟାରେ ତାଙ୍କୁ ଜେଲ ପରିସରରୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଭଞ୍ଜନଗର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ସୂଚନା ପ୍ରକାରେ ବିଚାରାଧୀନ କଏଦୀ ଜଣକ ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି । ଏ ସମ୍ପର୍କରେ ଭଞ୍ଜନଗର ସ୍ୱତନ୍ତ୍ର ସବଜେଲ୍‌ର ସୁପରିଟେଣ୍ଡେଣ୍ଟ ଦଣ୍ଡପାଣି ପାତ୍ରଙ୍କ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଭଞ୍ଜନଗର ଥାନା ଅନ୍ତର୍ଗତ କୁଶପଲ୍ଳୀ ଗ୍ରାମର ସୁରେନ୍ଦ୍ର ନାଇକ(୭୦) ଜଣେ ମହିଳାଙ୍କୁ ହତ୍ୟା କରିବା ଅଭିଯୋଗରେ ଗତ ୨୦୧୪ ଜାନୁୟାରୀ ୩ରୁୁ ଭଞ୍ଜନଗର ସବ୍‌ଜେଲରେ ବିଚାରାଧୀନ କଏଦୀ ଜୀବନ ବିତାଉଥିଲେ । ସେ ଉଚ୍ଚ ରକ୍ତଚାପ ଓ ରକ୍ତହୀନତା ରୋଗରେ ପୀଡିତ ରହି ସବୁବେଳେ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ହଠାତ୍ ତାଙ୍କର ରକ୍ତଚାପ ଅଧିକ ହେବା ସହ ଅସୁସ୍ଥ ହୋଇଥିଲୋ ।

ଜେଲ ଫର୍ମାସିଷ୍ଟ ଲୋକନାଥ ପାଢୀଙ୍କ ତତ୍ୱାବଧାନରେ ସ୍ଥାନୀୟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ବୋଲି ଜେଲ୍ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି । ଭଞ୍ଜନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ଜବତ କରାଯାଇଛି । ବୁଧବାର ଶବ ବ୍ୟବଚ୍ଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking