32.1 C
Bhubaneswar
Saturday, May 4, 2024
Homeଓଡିଶାଟ୍ରଲିରେ ବୁହାହେଲା ଶବ

ଟ୍ରଲିରେ ବୁହାହେଲା ଶବ

ଭୁବନ : ଘର ନିର୍ମାଣ ଶ୍ରମିକ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଚାଲିଯାଇଥିଲା ଜୀବନ । ଲକ୍‌ଡାଉନ୍ ସମୟରେ କୌଣସି ଗାଡି ମିଳିନଥିଲା । ଫଳରେ ଏକ ଟ୍ରଲିରେ ମୃତଦେହ ବୁହାହୋଇଥିଲା । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍‌ଏସି ଅଚଂଳରେ । ଯାହାକୁ ନେଇ ସ୍ଥାନୀୟ ଅଚଂଳରେ ଆଲୋଡନ ସୃଷ୍ଟି କରିଛି । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍‌ଏସି ୨ନଂ ୱାର୍ଡର କରଣ ସାହିର ବିଳାସ ନାୟକ (୫୬) ଜଣେ ଗୃହ ନିର୍ମାଣ ଶ୍ରମିକ ବୁଧବାର ଅପରାହ୍ନରେ ସେ ବେଣାଗାଡିଆ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ । ବିଳାସଙ୍କ ମୃତ ଦେହ ପୋଖରୀରେ ଭାସୁଥିବା ଦେଖି ପାଣିରୁ ବାହାର କରିଥିଲେ । ମହାପ୍ରାୟଣ ଗାଡି ଓ କୌଣସି ଗାଡି ଭଡା ଉପଲବ୍ଧ ନଥିବାରୁ ଅନ୍ୟ କୈାଣସି ଉପାୟ ନପାଇ ଶେଷରେ ଟ୍ରଲିରେ ବୋହି ଡାକ୍ତରଖାନାକୁ ଆଣିଥିଲେ । ଏପରି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଚଂଳରେ ବେଶ୍ ଆଲୋଡନ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking