33.1 C
Bhubaneswar
Tuesday, May 21, 2024
Homeଖେଳଆଇପିଏଲ୍ ପ୍ଲେଅଫ୍ ମିସ୍ କରିବେ ଇଂଲିଶ୍ ଖେଳାଳି

ଆଇପିଏଲ୍ ପ୍ଲେଅଫ୍ ମିସ୍ କରିବେ ଇଂଲିଶ୍ ଖେଳାଳି

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୨୦୨୪ରେ ଭାଗ ନେଇଥିବା ଇଂଲଣ୍ଡର କେତେକ ଷ୍ଟାର୍ ଖେଳାଳି ପ୍ଲେଅଫ୍ ପାଇଁ ଉପଲବ୍ଧି ହେବେନାହିଁ । ଆଇପିଏଲ୍ ପ୍ଲେଅଫ୍ ମେ ୨୧ରୁ ଖେଳାଯିବାକୁ ଥିବା ବେଳେ ଇଂଲଣ୍ଡ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହି କାରଣରୁ କେତେକ ଖେଳାଳି ସିରିଜ୍ ଖେଳିବା ନିମନ୍ତେ ଇଂଲଣ୍ଡ ଫେରିବେ । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) କହିଛି, ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ମନୋନୀତ ସମସ୍ତ ଖେଳାଳିଙ୍କୁ ପାକିସ୍ତାନ ବିପକ୍ଷ ସିରିଜ୍ ଖେଳିବା ପାଇଁ ଉପଲବ୍ଧ ରହିବାକୁ ପଡ଼ିବ । ଯେଉଁ ଖେଳାଳି ଟିମ୍‌ରେ ମନୋନୀତ ହୋଇଛନ୍ତି, ସେମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ । ଆଇପିଏଲ୍ ଖେଳୁଥିବା ଆଠଜଣ ଖେଳାଳି ଇଂଲଣ୍ଡ ବିଶ୍ୱକପ୍ ଟିମ୍‌ରେ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଜୋସ୍ ବଟ୍‌ଲର୍ (ରାଜସ୍ଥାନ ରୟାଲ୍ସ), ମୋଇନ ଅଲୀ (ଚେନ୍ନାଇ ସୁପର୍ କିଙ୍ଗ୍‌ସ), ଜନ ବେୟାରଷ୍ଟୋ, ସାମ୍ କରନ୍‌, ଲିଆମ୍ ଲିଭିଙ୍ଗ୍‌ଷ୍ଟନ୍ (ପଞ୍ଜାବ କିଙ୍ଗ୍‌), ୱିଲ୍ ଜ୍ୟାକ୍ସ, ରିସ୍ ଟପ୍‌ଲି (ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ) ଏବଂ ଫିଲ୍ ସଲ୍ଟ୍ (କୋଲ୍‌କାତା ନାଇଟ୍ ରାଇଡର୍ସ) । ଏହି ସମସ୍ତ ଖେଳାଳି ଆଇପିଏଲ୍ ପ୍ଲେଅଫ୍ ମିସ୍ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking