29.1 C
Bhubaneswar
Wednesday, May 22, 2024
Homeଓଡିଶାଓଡିଆ ଅସ୍ମିତା ବିପଦରେ ଅଛି : ଅପରାଜିତା

ଓଡିଆ ଅସ୍ମିତା ବିପଦରେ ଅଛି : ଅପରାଜିତା

ଭୁବନେଶ୍ୱର : ରାଜ୍ୟ ସରକାର ଓ ବିଜେଡିକୁ ସାଂସଦ ଅପରାଜିତାଙ୍କ ଟାର୍ଗେଟ । ବଡବାବୁ ଓ ସାନ ବାବୁ ପ୍ରସଙ୍ଗ ଉଠାଇ ସାଂଘାତିକ ଅଭିଯୋଗ କଲେ । ଜଣେ ସାନବାବୁ ବଡବାବୁ ଦେବାକୁ ବିଫଳ ପ୍ରୟାସ କରୁଛନ୍ତି କହିଲେ ଅପରାଜିତା । ଓଡିଆ ଅସ୍ମିତା ବିପଦରେ ଅଛି, ଏହା ସମସ୍ତେ ଅନୁଭବ କରୁଛନ୍ତି । ଓଡିଶାରେ ପ୍ରାକୃତିକ ସମ୍ପଦ ଓ ମାନବ ସମ୍ପଦ ଭରପୁର ହୋଇ ରହିଛି । ଏସବୁ ଦୃଷ୍ଟିରୁ ଓଡିଶା ଦେଶରେ ୧,୨ କିମ୍ବା ୩ ଭିତରେ ରହିବା କଥା । ମାତ୍ର ମୁଣ୍ଡପିଛା ଆୟରେ ଆମେ ଶେଷ ଆଡୁ ପାଞ୍ଚନ ସ୍ଥାନରେ । ୨୪ ବର୍ଷ ହେଲା ରାଜ୍ୟରେ ଏକ ନିଷ୍କ୍ରିୟ ସରକାର ଚାଲିଛି । କରୋନା ପରଠାରୁ ମୁଖ୍ୟମନ୍ତ୍ରୀଙ୍କୁ ବେଶି ଦେଖିବାକୁ ମିଳୁ ନାହିଁ । ସେକ୍ରେଟାରିଏଟକୁ ପ୍ରାୟତଃ ଯାଉ ନାହାନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ଜଣେ ସାନବାବୁ ସରକାରକୁ ହାଇଜାକ୍ କରିଛନ୍ତି । ଓଡିଶାରେ ଚାଲିଛି ଏକ ବିଚିତ୍ର ଶାସନ । ମୁଖ୍ୟମନ୍ତ୍ରୀ ପ୍ରତିମିଧିତ୍ୱ କରୁଥିବା ହିଞ୍ଜିଳିରୁ ବହୁ ପିଲା ସୁରତ ଯାଉଛନ୍ତି । ଏବେ ଓଡିଶାକୁ ସୁସ୍ଥ ସବଳ ଯୁବକ ମୁଖ୍ୟମନ୍ତ୍ରୀ ଦରକାର କହିଲେ ଅପରାଜିତା । ନାଁ ନନେଇ ସାନବାବୁ କହି ସେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ସାନବାବୁଙ୍କ ଅନୁମତି ବିନା ବଡବାବୁଙ୍କ ଦର୍ଶନ କେହି ପାଉନାହାନ୍ତି କହିଲେ । ବଡବାବୁଙ୍କ ଦର୍ଶନ ପାଉନଥିବାରୁ ଦଳ ଛାଡୁଛନ୍ତି ବିଜେଡିର ବହୁ ନେତା । ଓଡିଶାକୁ ଲୁଟ୍ କରିବା ଲାଇସେନ୍ସ ଆଉଥରେ ଦିଆନଯାଉ । ସାମ୍ବାଦିକଙ୍କୁ କାହିଁକି ସଚିବାଳୟ ଛଡାଯାଉନି କହି ନିଶାନା କରିଛନ୍ତି ରାଜ୍ୟ ସରକାରଙ୍କୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking