33.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶଦୃଷ୍ଟିଶକ୍ତି ହରାଇପାରନ୍ତି ରାଘବ ଚଡ୍ଡା; ବ୍ରିଟେନରେ ଚାଲିଛି ଚିକିତ୍ସା

ଦୃଷ୍ଟିଶକ୍ତି ହରାଇପାରନ୍ତି ରାଘବ ଚଡ୍ଡା; ବ୍ରିଟେନରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ର ଯୁବ ସାଂସଦ ରାଘବ ଚଡ୍ଡା ଏବେ ନିଜ ଆଖିର ଚିକିତ୍ସା ବ୍ରିଟେନ୍‌ରେ କରାଉଛନ୍ତି । ରିପୋର୍ଟ ଅନୁସାରେ ରାଘବ ଚଡ୍ଡାଙ୍କ ଆଖିରେ ଜଟିଳ ସମସ୍ୟା ଦେଖାଦେବା ପରେ ସେ ବ୍ରିଟେନ୍ ଚାଲିଯାଇଥିଲେ ସେଠାରେ ଚିକିତ୍ସା କରାଇବା ପାଇଁ । ତେବେ ବର୍ତ୍ତମାନ ସମୟରେ ସେଠାରୁ ମିଳିଥିବା ରିପୋର୍ଟ ଅନୁସାରେ ପରିସ୍ଥିତି ଅତ୍ୟନ୍ତ ଖରାପସ୍ତରକୁ ଗତି କରୁଥିବା ଏପରିକି ରାଘବଙ୍କୁ ଦୃଷ୍ଟିଶକ୍ତି ହରାଇବାକୁ ପଡ଼ିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ରାଘବଙ୍କ ପତ୍ନୀ ତଥା ଅଭିନେତ୍ରୀ ପରିଣୀତି ଚୋପ୍ରା ଏସମ୍ପର୍କରେ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ରାଘବଙ୍କ ଆଖି ଅପରେସନ୍ ହେବାର ଅଛି ବୋଲି ପରିଣୀତି କହିଛନ୍ତି । ସୂଚନାଯୋଗ୍ୟ, ଗୋଟିଏ ପଟେ ଆପ୍‌ର ଜଣକ ପରେ ଜଣେ ନେତା ଏବେ ଭିନ୍ନ ଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇ ଜେଲ୍ ଯାଉଥିବା ବେଳେ ଥରୁୂଟିଏ ମଧ୍ୟ ରାଘବ ଚଡ୍ଡାଙ୍କୁ ସର୍ବସାଧାରଣରେ ଦଳୀୟ ନେତାଙ୍କ ସପକ୍ଷରେ ପଦୁଟିଏ କହିବାର ଦେଖିବାକୁ କିମ୍ବା ଶୁଣିବାକୁ ମିଳିନଥିଲା । ଏହାକୁ ନେଇ ରାଘବ ଚଡ୍ଡାଙ୍କୁ ବିପକ୍ଷ ଦଳ ପକ୍ଷରୁ ତୀବ୍ର ସମାଲୋଚନା ମଧ୍ୟ କରାଯାଇଆସୁଛି । ତେବେ ନିକଟରେ ଆପ୍ ନେତା ତଥା ମନ୍ତ୍ରୀ ସୌରଭ ଭରଦ୍ୱାଜ ଏସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, “ରାଘବ ଆଖିରେ ସମସ୍ୟା ଅନୁଭବ କରିବାକୁ ଚିକିତ୍ସା ପାଇଁ ବ୍ରିଟେନ ଯାଇଛନ୍ତି । ସେ ସୁସ୍ଥ ହେବା ମାତ୍ରେ ଭାରତ ଆସିବେ ଓ ଦଳର ପ୍ରଚାର କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking