27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶପର୍ସି କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ବାପା ଗିରଫ

ପର୍ସି କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ବାପା ଗିରଫ

ପୁଣେ: ୨ଜଣ ଇଞ୍ଜିନିୟର (ଜଣେ ମହିଳା ଓ ଜଣେ ପୁରୁଷ) ସାଙ୍ଗମାନଙ୍କୁ ଦେଖା କରି ଘରକୁ ଫେରୁଥିବା ବେଳେ ଏକ ପର୍ସି କାର୍ ତାଙ୍କୁ ଧକ୍କା ଦେଇଥିଲା। ଏହା ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ଅନୀଷ ଅୱଧୀୟ ଓ ଅଶ୍ବିନୀ କୋଶଟା। ପର୍ସି କାର୍ ଧକ୍କାରେ ୨ ଜଣଙ୍କ ଜୀବନ ନେଇଥିବା ନାବାଳକଙ୍କ ବାପାଙ୍କୁ ପୁଲିସ୍‌ ଗିରଫ କରିଛି। ପୂର୍ବରୁ ନାବାଳକଙ୍କୁ ଗିରଫ କରାଯାଇଥିବା ବେଳେ ୧୫ଘଣ୍ଟା ପରେ ନାବାଳକ ଚାଳକକୁ ମିଳିଗଲା ଜାମିନ୍। ନାବାଳକଙ୍କ ବାପା ବିଶାଲ ଅଗ୍ରୱାଲ୍‌ଙ୍କୁ ମହାରାଷ୍ଟ୍ରର ଔରଙ୍ଗାବାଦରୁ ଗିରଫ କରାଯାଇଛି। ତାଙ୍କ ନାମରେ ସୋମବାର ଦିନ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାର ତଦନ୍ତ କରିବା ପାଇଁ ପୁଣେ ପୁଲିସ୍‌ ଅନେକ ଟିମ୍‌ ଗଠନ କରିଛି।

ଏହି ଘଟଣା ଘଟାଇଥିବା ନାବାଳକଙ୍କୁ ଗିରଫ କରାଯାଇଥିବା ବେଳେ କେତୋଟି ସର୍ତ୍ତରେ ଜାମିନ୍‌ ମିଳିଛି। ସର୍ତ୍ତଗୁଡ଼ିକ ରହିଛି, ୟେରୱାଡାରେ ଟ୍ରାଫିକ ପୁଲିସ ସହ ୧୫ଦିନ କାମ କରିବାକୁ ହେବ, ଦୁର୍ଘଟଣା ଉପରେ ରଚନା ‌ଲେଖିବାକୁ ହେବ ଓ ମଦ ପିଇବାର ଅଭ୍ୟାସ ପାଇଁ ନିଜର ଚିକିତ୍ସା କରାଇବାକୁ ହେବ। ଏହି ସବୁ ସର୍ତ୍ତ ସହ ଅଭିଯୁକ୍ତକୁ କୋର୍ଟ ଜାମିନ୍ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମିଳିଥିବା ସୂଚନା ମୁତାବକ, ଘଟଣାଟି ଘଟିଥିଲା ଶନିବାର ରାତି ୨ଟା ୧୫ରେ। ଅନୀଷ ଓ ଅଶ୍ବିନୀ ସାଙ୍ଗମାନଙ୍କୁ ଦେଖା କରିବା ପରେ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଦ୍ବାଦଶରେ ପାସ୍ କରିଥିବାରୁ ଅଭିଯୁକ୍ତ ନିଜ ସାଙ୍ଗମାନଙ୍କ ସହ ପାର୍ଟି ଶେଷ କରି ୩ଜଣ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ। ପର୍ସି କାରର ବେଗ ଘଣ୍ଟାପ୍ରତି ୨୦୦କିଲୋମିଟର ଥିବା ବେଳେ ନିୟନ୍ତ୍ରଣ ହରାଇ ଅନୀଷଙ୍କ ବାଇକକୁ ଧକ୍କା ଦେଇଥିଲା। ପଛରେ ବସିଥିବା ଅଶ୍ବିନୀ ୨୦ଫୁଟ ଉପରକୁ ଉଠି ତଳେ କଚାଡି ହୋଇ ପଡ଼ିବା ସହ ଅନୀଷ କାରରେ ମାଡ଼ ହୋଇ ତଳେ ପଡ଼ିଥିଲେ। ଦୁର୍ଘଟଣା ପରେ ଲୋକେ ସାହାଯ୍ୟ ପାଇଁ ଆସିଥିଲେ ବି ସେତବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇସାରିଥିଲା। ଏହା ପରେ ଲୋକେ କାରରେ ଥିବା ୩ଜଣ ଅଭିଯୁକ୍ତକୁ ବାହାର କରି ମାଡ଼ ମାରିବା ଆରମ୍ଭ କରିଥିଲେ। ଜଣେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା ପୁଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking