29.1 C
Bhubaneswar
Wednesday, May 22, 2024
Homeଖେଳହର୍ଷିତ ରାଣା ଗୋଟିଏ ମ୍ୟାଚ୍‌ରୁ ବ୍ୟାନ୍

ହର୍ଷିତ ରାଣା ଗୋଟିଏ ମ୍ୟାଚ୍‌ରୁ ବ୍ୟାନ୍

ମୁମ୍ବାଇ: ଇଡେନ୍ ଗାର୍ଡେନ୍ସରେ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଚଳିତ ଆଇପିଏଲ୍‌ର ୪୭ତମ ମ୍ୟାଚ୍‌ରେ ଆଇପିଏଲ୍ ଆଚାର ସଂହିତା ଉଲ୍ଲଂଘନ କାରଣରୁ ବିସିସିଆଇ କୋଲ୍‌କାତା ନାଇଟ୍ ରାଇଡର୍ସ ଫାଷ୍ଟ୍ ବୋଲର୍ ହର୍ଷିତ ରାଣାଙ୍କୁ ଗୋଟିଏ ମ୍ୟାଚ୍ ବ୍ୟାନ୍ କରିଛି । ଏହା ସହିତ ମ୍ୟାଚ୍ ଫି’ର ଶତପ୍ରତିଶତ ଜୋରିମାନା ମଧ୍ୟ ଲଗାଇଛି । ରାଣା ଆଇପିଏଲ୍ ଆଚାର ସଂହିତାର ଅନୁଚ୍ଛେଦ ୨.୫ ଅଧିନରେ ଲେଭଲ୍‌-୧ ଅପରାଧ କରିଛନ୍ତି । ସେ ଅପରାଧ ସ୍ୱୀକାର କରିବା ସହିତ ମ୍ୟାଚ୍ ରେଫରିଙ୍କ ଦଣ୍ଡକୁ ମାନିନେଇଛନ୍ତି । ଆଚାର ସଂହିତାର ଲେଭଲ-୧ ଉଲ୍ଲଂଘନ ପାଇଁ ମ୍ୟାଚ୍ ରେଫରିଙ୍କ ନିର୍ଣ୍ଣୟ ଅନ୍ତିମ ଏବଂ ଅନିବାର୍ଯ୍ୟ ହୋଇଥାଏ । ହର୍ଷିତ ରାଣାଙ୍କ ବିପକ୍ଷରେ ବିସିସିଆଇ ଚଳିତ ସିଜନ୍‌ର ଦ୍ୱିତୀୟ ଥର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହା ପୂର୍ବରୁ ଆଚାର ସଂହିତା ଉଲ୍ଲଂଘନ ପାଇଁ ରାଣାଙ୍କୁ ବୋର୍ଡ ମ୍ୟାଚ୍ ଫି’ର ୬୦ ପ୍ରତିଶତ ଜୋରିମାନା କରିଥିଲା । ସିଜନ୍ ପ୍ରାରମ୍ଭରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓପ୍ନର୍ ମୟଙ୍କ ଅଗ୍ରୱାଲ୍‌ଙ୍କୁ ଆଉଟ୍ କରିବା ପରେ ରାଣା ଫ୍ଲାଇଙ୍ଗ୍ କିସ୍ ଇଙ୍ଗିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking