35.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶଅନନ୍ତନାଗ-ରାଜୌରୀରେ ଭୋଟ୍‌ଗ୍ରହଣ ତାରିଖ ବଦଳିଲା; ମେ ୭ ପରିବର୍ତ୍ତେ ୨୫ରେ ମତଦାନ

ଅନନ୍ତନାଗ-ରାଜୌରୀରେ ଭୋଟ୍‌ଗ୍ରହଣ ତାରିଖ ବଦଳିଲା; ମେ ୭ ପରିବର୍ତ୍ତେ ୨୫ରେ ମତଦାନ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ଅନନ୍ତନାଗ-ରାଜୌରୀ ଲୋକସଭା ଆସନରେ ପୂର୍ବ ନିର୍ଦ୍ଧାରିତ ନିର୍ବାଚନ ତାରିଖରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ ଆୟୋଗ । ମଙ୍ଗଳବାର ଏସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ରିପୋର୍ଟ ଅନୁସାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ଭୋଟ୍‌ଗ୍ରହଣ ପ୍ରକ୍ରିୟା ଅନ୍ତର୍ଗତ ମେ ୭ ତାରିଖରେ ଅନନ୍ତନାଗ-ରାଜୌରୀ ଆସନରେ ମତଦାନ ହେବାର ଥିଲା । କିନ୍ତୁ ଏବେ ଏହାକୁ ପରିବର୍ତ୍ତନ କରି ଆସନ୍ତା ୨୫ ତାରିଖରେ ଅର୍ଥାତ୍ ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ବେଳେ ଏଠାରେ ମତଦାନ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ନିର୍ବାଚନ ତାରିଖ ବଢ଼ାଇବା ପାଇଁ ଅନେକ ରାଜନୈତିକ ଦଳର ଦାବି ଓ ବାସ୍ତବ ସ୍ଥିତିକୁ ଦେଖି ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି ।
ନିର୍ବାଚନ ଆୟୋଗ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନର ରିପୋର୍ଟ ଏବଂ ଉକ୍ତ ନିର୍ବାଚନ ମଣ୍ଡଳୀର ବର୍ତ୍ତମାନର ବାସ୍ତବ ସ୍ଥିତିକୁ ବିଶ୍ଳେଷଣ କରିବା ପରେ ଆୟୋଗ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୫୬ ଅନୁଯାୟୀ ଉକ୍ତ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ତାରିଖକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ଆୟୋଗ ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ୧୦୨ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬.୧୪% ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୮ଟି ସଂସଦୀୟ କ୍ଷେତ୍ର ପାଇଁ ୬୬.୭୧% ମତଦାନ ହୋଇଥିବା ନେଇ ତଥ୍ୟ ପ୍ରକାଶ କରିଛନ୍ତି ନିର୍ବାଚନ ଆୟୋଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking