29.1 C
Bhubaneswar
Saturday, July 27, 2024
Homeଓଡିଶାସ୍କୁଟିକୁ ପିଟିଲା ଟ୍ରକ୍ : ୨ ମୃତ

ସ୍କୁଟିକୁ ପିଟିଲା ଟ୍ରକ୍ : ୨ ମୃତ

କଟକ : ୧୬ ନଂ  ଜାତୀୟ ରାଜପଥ କଟକ ସଦର ଥାନା ନିକଟରେ ଦୁର୍ଘଟଣା ଘଟିଛି । ଦୁଇଜଣ ସ୍କୁଟିରେ ଯାଉଥିବା ବେଳେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଛି , ଯାହାଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ପରିଚୟ ଏଯାଏ ମିଳିପାରି ନାହିଁ । ଦୁର୍ଘଟଣା ପରେ ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଏହାସହ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ସେହିପରି ଆଉ ଏକ ଦୁର୍ଘଟଣା ଘଟିଛି ଛତ୍ରପୁରରେ । ନିର୍ବାଚନ ଡ୍ୟୁଟିରୁ ଫେରିବାବେଳେ ବସ୍ ଦୁର୍ଘଟଣା ହୋଇଛି । ଛତ୍ରପୁର ଡିଆରଡିଏ  ଛକ ନିକଟରେ ଡିଭାଇଡରକୁ  ବସ୍ ପିଟିଦେଇଛି । ଯାହାଫଳରେ ଜଣେ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି ଏବଂ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ବସ୍ ଭଞ୍ଜନଗରରୁ  ୨୦ ପୋଲିସ୍ କର୍ମଚାରୀଙ୍କୁ ଧରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ବସ୍‌ର ସାମନାପଟ  ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଗାଡିଚାଳକ ଭାରସାମ୍ୟ ହରାଇଥିବାରୁ ଏପରି ଘଟିଛି ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking