29.1 C
Bhubaneswar
Monday, June 24, 2024
Homeଦେଶ ବିଦେଶପ୍ୟାକେଜିଂ ଗୋଦାମରେ ଲାଗିଲା ନିଆଁ

ପ୍ୟାକେଜିଂ ଗୋଦାମରେ ଲାଗିଲା ନିଆଁ

ଉତ୍ତରାଖଣ୍ଡ : ପ୍ୟାକେଜିଂ ଗୋଦାମ ଅଗ୍ନିକାଣ୍ଡ । ଉତ୍ତରାଖଣ୍ଡ ସିଡ଼ିକୋଲ ହରିଦ୍ୱାର ନିକଟରେ ଥିବା ପ୍ୟାକେଜିଂ ଗୋଦାମ ଅଗ୍ନିକାଣ୍ଡ ଘଟିଛି । ଗୋଦାମରେ ଥିବା ଜିନିଷ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ସୂଚନା ଅନୁସାରେ, ପ୍ୟାକେଜିଂ ଗୋଦାମରେ ପ୍ରଥମେ ନିଆଁ ଲାଗିଥିଲା । ପରେ ନିଆଁ ଅଗ୍ନିକାଣ୍ଡରେ ପରିଣତ ହୋଇଯାଇଥିଲା । ଅଗ୍ନିକାଣ୍ଡର ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଅଞ୍ଚଳରେ ଭୟ ଖେଳିଯାଇଥିଲା । ନିଆଁର ଧୂଆଁରେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ୯ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ବହୁ ଚେଷ୍ଟା ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ କିନ୍ତୁ ସେତେବେଳକୁ ନିଆଁର ପ୍ରଭାବରେ ଗୋଦାମରେ ଥିବା ସମସ୍ତ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା । ନିଆଁରେ କେହି ଆହତ ଓ ମୃତକଙ୍କର କୌଣସି ସୂଚନା ମିଳିନାହିଁ । ସଟ୍‌ସର୍କିଟ୍‌ ହୋଇ ନିଆଁ ଲାଗିଥାଇ ପାରେ ବୋଲି ସୂଚନା ମିଳିଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି କରିବା ସହିତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking