39.1 C
Bhubaneswar
Tuesday, April 23, 2024
Homeଅପରାଧଗୁଣ୍ଡା ଲଗାଇ ସ୍ୱାମୀକୁ ପିଟିଲା ସ୍ତ୍ରୀ

ଗୁଣ୍ଡା ଲଗାଇ ସ୍ୱାମୀକୁ ପିଟିଲା ସ୍ତ୍ରୀ

ଭୁବନେଶ୍ୱର : ସହିଦନଗର ଥାନା ଅନ୍ତର୍ଗତ ବିସେଶ୍ୱରୀ ବସ୍ତିରେ ବୁଧବାର ଅପରାହ୍ଣରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆହତ ଜଣକ ହେଲେ ସୁଦର୍ଶନ ଗମାଙ୍ଗ । ଶ୍ରୀ ଗମାଙ୍ଗଙ୍କ ପତ୍ନୀ ଭଡ଼ାଟିଆ ଗୁଣ୍ଡା ଲଗାଇ ତାଙ୍କୁ ଆକ୍ରମଣ କରିଥିବା ଚର୍ଚ୍ଚା ହେଉଛି । ଏହାଦେଖି ସ୍ଥାନୀୟ ଲୋକେ କି..ଯୁଗ ହେଲା ଲୋ ମା’ ବୋଲି କଟାକ୍ଷ କରିଥିଲେ । ତେବେ ସୁଦର୍ଶନଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବାବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ସହ ଆକ୍ରମଣକାରୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁଯାୟୀ, ବିସେଶ୍ୱରୀ ବସ୍ତିରେ ସୁଦର୍ଶନ ତାଙ୍କ ସ୍ତ୍ରୀ’ ଓ ପିଲାଛୁଆ ନେଇ ରହୁଥିଲେ । ଗତ ୩ବର୍ଷ ତଳେ ପତ୍ନୀ ସହିତ ଝଗଡ଼ା ହେବାରୁ ସେ ଘର ଛାଡ଼ି ପଳାଇ ଯାଇଥିଲେ । ଏମିତିକି ସବୁ ସମ୍ପର୍କ ମଧ୍ୟ ତୁଟାଇ ଦେଇଥିଲେ । ବୁଧବାର ସେ ବସ୍ତିକୁ ଆସି ମଦ ପିଇ ତାଙ୍କ ସ୍ତ୍ରୀ’କୁ ଗାଳିଗୁଲଜ କରିଥିଲେ । ଏହାପରେ ତାଙ୍କ ପତ୍ନୀ ସ୍ଥାନୀୟ ଜଣେ ଯୁବକଙ୍କୁ ଲଗାଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।
ଏଥିରେ ସୁଦର୍ଶନଙ୍କ ମୁଣ୍ଡରେ ଗଭୀର କ୍ଷତ ପହଞ୍ଚିବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା ।

ଏହାପରେ ସେ ରାସ୍ତାରେ ପ୍ରାୟ ୧୫ମିନିଟ୍ ଧରି ଅଚେତ୍ ଅବସ୍ଥାରେ ପଡ଼ି ରହିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ପରେ ଆମ୍ବୁଲାନ୍ସ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା । ଏହାପରେ ପୁଲିସ ପହଞ୍ଚି ଲୋକଙ୍କୁ ପଚରାଉଚରା କରିବା ସହ ସମ୍ପୃକ୍ତ ଆକ୍ରମଣକାରୀକୁ ଉଠାଇ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking