36.1 C
Bhubaneswar
Saturday, May 18, 2024
Homeଓଡିଶାକରୋନା ସମୀକ୍ଷା ବୈଠକ

କରୋନା ସମୀକ୍ଷା ବୈଠକ

ଢେଙ୍କାନାଳ : ସଂପ୍ରତି ଜିଲ୍ଲାରେ କରୋନା ସଂକ୍ରମିତ ବଢିବାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଜିଲ୍ଲା ଓସ୍ୱାନ ଭିଡିଓ କନଫରେନ୍ସିଂ ହଲ୍‌ରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଆସନ୍ତା ଜୁନ୍ ୧ ତାରିଖକୁ ବୃଦ୍ଧି କରାଯାଇଛି । ଜିଲ୍ଲାରେ ପୁର୍ବ ନିର୍ଧାରିତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ପନିପରିବା ଦୋକାନ, ମାଛ, ମାଂସ ଓ ଅଣ୍ଡା ଦୋକାନ ଗୁଡିକ ସକାଳ ୭ ଟାରୁ ୧୧ ଟା ଯାଏ ଖୋଲା ରହିବ । ବିବାହ କାର୍ଯ୍ୟରେ ସର୍ବାଧିକ ୨୫ ଜଣ ଓ ଶୁଦ୍ଧକ୍ରୀୟାରେ ସର୍ବାଧିକ ୨୦ ଜଣ ବ୍ୟକ୍ତି ଉପସ୍ଥିତ ରହିପାରିବେ । ଏହି ସମୟରେ କୈାଣସି ଭୋଜି ଭାତ ଆୟୋଜନକୁ ସଂପୁର୍ଣ୍ଣ ରୁପେ ବାରଣ କରାଯାଇଛି । ନିର୍ଧିଷ୍ଟ ଲୋକଠାରୁ ଅଧିକ ଜନସମାଗମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି । ରାଜ୍ୟ ତଥା ଜିଲ୍ଲା ବାହାରୁ ଗ୍ରାମାଚଂଳ ତଥା ସହରକୁ ଆସୁଥିବା ଲୋକ ମାନଙ୍କୁ ଅଙ୍ଗନୱାଡି, ଆଶାକର୍ମୀ, ୱାର୍ଡସଭ୍ୟ, ସ୍ଥାନୀୟ ଶିକ୍ଷକ, ସମିତି ସଭ୍ୟ ଓ ସରପଂଚ ମାନେ ଚିହ୍ନଟ କରିବା ସହିତ ସଙ୍ଗରୋଧରେ ରଖିବାକୁ ପରାମର୍ଶ ଦିଆଯାଇଛି ।

ଆସନ୍ତା ୨୪ ତାରିଖ ପରଠାରୁ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବେ । କୈାଣସି ରୋଗୀ ଚିହ୍ନଟ ହେଲେ ସେମାନଙ୍କୁ ଘରୋଇ ସଙ୍ଗରୋଧ, କୋଭିଡ୍ କେୟାର ସେଂଟରରେ ରଖି ଚିକିତ୍ସା କରାଯିବ । କରୋନା ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରତି ବ୍ଲକ୍‌ରେ ୨ ଟି ଲେଖାଏ ଅମ୍ଲଜାନ ସିଲିଣ୍ଡର ପ୍ରସ୍ତୁତ ରଖାଯିବ । ପ୍ରତି ପଚାଂୟତରେ ଶବ ସଂସ୍କାର କାଯିବା ପାଇଁ ନିର୍ଧିଷ୍ଟ ଜାଗା ଚିହ୍ନଟ କରାଯିବ । ଏଥି ପାଇଁ ସ୍ୱଚ୍ଛୋସେବୀ ସଂସ୍ଥା ଓ ଆଗ୍ରହୀ ଲୋକ ମାନଙ୍କ ସହଯୋଗ ଲୋଡା ଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ , ଉପଖଣ୍ଡ ଚିକିତ୍ସାଧିକାରୀ, ବିଡିଓ, ତହସିଲଦାର, ପୈାରାଚଂଳ ଏବଂ ଏନ୍‌ଏସି ଅଧିକାରୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking