33.1 C
Bhubaneswar
Tuesday, May 21, 2024
Homeଅପରାଧନନ୍ଦନକାନନ ଆତଙ୍କରାଜ ଘଟଣା: ୨ ଗିରଫ

ନନ୍ଦନକାନନ ଆତଙ୍କରାଜ ଘଟଣା: ୨ ଗିରଫ

ବାରଙ୍ଗ:ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ୟ୍ୟାଳୟରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିଫ କରିଛି। ସୋମବାର ବିଳମ୍ବିତ ରାତିରେ ପୋଲିସ ଉଭୟଙ୍କୁ ଗିରଫ କରିଛି। ଉଭୟ ହାତରେ କଟୁରି ଧରି କାର୍ୟ୍ୟାଳୟରେ କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ ୨ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ଆକ୍ରମଣ କରିଥିଲେ। ଏହି ସମସ୍ତ ଘଟଣା ସିସି ଟିଭି ଫୁଟେଜରେ କଏଦ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣଙ୍କ ଅପରାହ୍ନ ୪ଟା ବେଳେ ହଠାତ୍‌ ଏକ କଟୁରି ଧରି ଉପନିର୍ଦ୍ଦେଶକଙ୍କ କାର୍ୟ୍ୟାଳୟ ଭିତରକୁ ପଶିଆସିଥିଲେ। କେହି କିଛି ଜାଣିବା ପୂର୍ବରୁ ସେ ଅଧିକାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଭଙ୍ଗାରୁଜା କରିଥିଲେ। ଏହି ଘଟଣା ପରେ ଅଧିକାରୀ, କର୍ମଚାରୀମାନେ ଭୟରେ କାର୍ୟ୍ୟାଳୟ ବାହାରକୁ ବାହାରି ପାରି ନ ଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବାବେଳକୁ ଉକ୍ତ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସିସି କ୍ୟାମେରାରେ କଏଦ ହୋଇଥିବା ଯୁବକଙ୍କ ସମସ୍ତ କାଣ୍ଡର ଭିଡିଓକୁ ପୋଲିସ ସଂଗ୍ରହ କରି ବିଳମ୍ବିତ ରାତିରେ ପୋଲିସ ଉଭୟଙ୍କୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking