25.8 C
Bhubaneswar
Saturday, July 27, 2024
Homeଅପରାଧନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା; ୨ ଭାଇଙ୍କୁ ମୃତ୍ୟୁ ଦଣ୍ଡ

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା; ୨ ଭାଇଙ୍କୁ ମୃତ୍ୟୁ ଦଣ୍ଡ

ଜୟପୁର: ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ପରେ କୋଇଲା ଆଞ୍ଚକୁ ଫିଙ୍ଗି ଜୀଅନ୍ତା ଜାଳି ଦେଇଥିବା ଭଳି ଅତ୍ୟନ୍ତ ସ୍ପର୍ଶକାତର ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨ ଭାଇଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି । ୨୦୨୩ ଅଗଷ୍ଟ ୩ତାରିଖରେ ରାଜସ୍ଥାନର ଭିଲୱାରା ଅଞ୍ଚଳରେ ଘଟିଥିବା ଏହି ଅଘଟଣକୁ ନେଇ ସେତେବେଳେ ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହୋଇଥିଲା ।
ପ୍ରକାଶ, ନାବାଳିକାଜଣକ ନିକଟସ୍ଥ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ସମୟରେ କାଲେବଲିଆ ଜନଜାତିର ଦୁଇ ଭାଇ କାଲୁ ଏବଂ କାହ୍ନା ତାଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରିଥିଲେ । ପରେ ମୁମୁର୍ଷୁ ଅବସ୍ଥାରେ ଥିବା ପୀଡିତାଙ୍କୁ ସେମାନେ ନିକଟରେ ଜଳୁଥିବା ଏକ କୋଇଲା ଆଞ୍ଚକୁ ଫିଙ୍ଗିଦେଇଥିଲେ । ତଦନ୍ତ ପରେ ପୁଲିସ କାଲୁ ଏବଂ କାହ୍ନାକୁ ଗିରଫ କରିଥିଲା । ସେହିପରି ପ୍ରମାଣ ନଷ୍ଟ ଅଭିଯୋଗରେ ୩ମହିଳାଙ୍କ ସମେତ ପୁଲିସ୍ ମୋଟ୍ ୭ ଜଣଙ୍କୁ ଏହି ମାମଲାରେ ଗିରଫ ମଧ୍ୟ କରିଥିଲା । ତେବେ ରାଜସ୍ଥାନର ଭିଲୱାରାର ସ୍ପତନ୍ତ୍ର କୋର୍ଟ ଆଜି ଏହି ମାମଲାର ରାୟ ଶୁଣାଇବାକୁ ଯାଇ ଏପ୍ରକାର ଘଟଣାକୁ ବିରଳରୁ ଅତି ବିରଳ ବୋଲି ଦର୍ଶାଇଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କାଲୁ ଏବଂ କାହ୍ନାକୁ ମୃତ୍ୟୁ ଦଣ୍ଡ ଦେବା ସହ ପ୍ରମାଣ ନଷ୍ଟ ଅଭିଯୋଗରେ ଗିରଫ ହୋଇଥିବା ୭ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking