27.1 C
Bhubaneswar
Sunday, May 10, 2026
Homeଦେଶ ବିଦେଶକାର୍ଗିଲ ଯୋଦ୍ଧଙ୍କୁ ଗୃହମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

କାର୍ଗିଲ ଯୋଦ୍ଧଙ୍କୁ ଗୃହମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରିବା ସହିତ ଯେଉଁମାନେ ସହିଦ ହୋଇଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ୨୦୦୦ ମସିହା ଜୁଲାଇ ୨୬ ତାରିଖ ଠାରୁ ପ୍ରତିବର୍ଷ ଜୁଲାଇ ୨୬ରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଛି। ଦେଶବାସୀ ଏହି ଦିନକୁ ଯବାନଙ୍କ ସାହସ ଓ କର୍ତ୍ତବ୍ୟକୁ ସଲାମ କରିଥାନ୍ତି। ଅପରେଶନ ବିଜୟରେ ଭାରତୀୟ ସଶସ୍ତ୍ର ବଳ ଜମ୍ମୁ କଶ୍ମୀରର କାର୍ଗିଲ ଜିଲ୍ଲାରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ଆଜି କାର୍ଗିଲ ବିଜୟ ଦିବସ ଅବସରରେ ଦେଶବାସୀ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ କାର୍ଗିଲ ବିଜୟ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ କହିଛନ୍ତି, କାର୍ଗିଲ ବିଜୟ ଦିବସ ସେନାର ବୀର ଯବାନଙ୍କ ଶୌର୍ଯ୍ୟର ଅତୁଟ ସଂକଳ୍ପର ପ୍ରତୀକ। କାର୍ଗିଲ ଯୁଦ୍ଧରେ ବୀର ଯବାନ ହିମାଳୟର ଦୁର୍ଗମ ପାହାଡ଼ରେ ପରାକ୍ରମର ପରାକାଷ୍ଠାର ପରିଚୟ ଦେଇ ଶତ୍ରୁଙ୍କୁ ବିନାଶ କରିଥିଲେ। କାର୍ଗିଲରେ ପୁଣି ଥରେ ଜାତୀୟ ପତାକା ଉଡାଇ ଦେଶକୁ ଗୌରବାନ୍ବିତ କରିଥିଲେ। ଆଜି କାର୍ଗିଲ ବିଜୟ ଦିବସରେ ଏହି ଯୁଦ୍ଧରେ ସାହସ ଜୁଟାଇ ମାତୃଭୂମିର ରକ୍ଷା କରୁଥିବା ଯବାନଙ୍କୁ ପ୍ରଣାମ ଜଣାଉଛି। ଆପଣଙ୍କ ତ୍ୟାଗ, ସମର୍ପଣ ଓ ବଳିଦାନକୁ କୃତଜ୍ଞ ରାଷ୍ଟ୍ର ‌କେବେ ଭୁଲିପାରିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking