36.1 C
Bhubaneswar
Saturday, May 30, 2026
Homeଓଡିଶାଆଦିବାସୀ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ "ଡ଼ଙ୍ଗର" ଉଦ୍‌ଘାଟିତ

ଆଦିବାସୀ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ “ଡ଼ଙ୍ଗର” ଉଦ୍‌ଘାଟିତ

ଭୁବନେଶ୍ୱର /କଳାହାଣ୍ଡି : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଜିଲ୍ଲା ସଂସ୍କୃତି ପରିଷଦ, କଳାହାଣ୍ଡି ଏବଂ ଶୁଭମ୍ ଅନୁଷ୍ଠାନର ମିଳିତ ସହଯୋଗରେ ଆଦିବାସୀ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ “ଡ଼ଙ୍ଗର” ଆଜି ଉଦ୍‌ଘାଟିତ ହୋଇଯାଇଛି।ଭବାନୀପାଟଣାର ମହାବୀର ସାଂସ୍କୃତିକ ଅନୁଷ୍ଠାନ ରଙ୍ଗମଞ୍ଚ ଠାରେ ମେ’ ୯ ଓ ୧୦ ତାରିଖ ଦୁଇଦିନ ଧରି ଏହି ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହେବ। ଆଜିର ଉଦ୍‌ଘାଟନୀ ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ୍‌, ଜୟ ପ୍ରକାଶ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ପରମେଶ୍ୱର ମୁଣ୍ଡ, ବିଶିଷ୍ଟ ସମାଜସେବୀ ଶ୍ରୀ ଜୟନାରାୟଣ, ବରିଷ୍ଠ ଅଧିବକ୍ତା ଶ୍ରୀ ଭବେନ୍ଦ୍ର କୁମାର ପଣ୍ଡା, ବିଶିଷ୍ଟ ସମାଜସେବୀ ଶ୍ରୀ ଜୟନ୍ତ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଆଦିବାସୀ ସମ୍ପ୍ରଦାୟର ନୃତ୍ୟ ଓ ସଙ୍ଗୀତ ପରମ୍ପରାର ମୌଳିକତା ଏବଂ ଏହାର ବିଶେଷତ୍ବ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। ଆଜିର ଯୁବ କଳାକାରମାନେ ହେଉଛନ୍ତି ଆଦିବାସୀ ନୃତ୍ୟ ଓ ସଙ୍ଗୀତ ଜଗତର ଭବିଷ୍ୟତ। ତେଣୁ ଆଦିବାସୀ ସମ୍ପ୍ରଦାୟର ଏହି ସମୃଦ୍ଧ ନୃତ୍ୟ ଓ ସଙ୍ଗୀତ ପରମ୍ପରାର ବହୁଳ ପ୍ରଚାର ଓ ପ୍ରସାର ସହ ଏହାକୁ ବିଶ୍ୱ ବିଦିତ କରିବା ଲକ୍ଷ୍ୟରେ ଯୁବ କଳାକାରମାନେ ନିଜର ନିରନ୍ତର ପ୍ରୟାସ ଜାରି ରଖନ୍ତୁ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଆଜିର ଉଦ୍‌ଘାଟନୀ ସନ୍ଧ୍ୟାରେ କୋୟା ନୃତ୍ୟ, ଖଦିଆ ନୃତ୍ୟ, କିଷାନ ନୃତ୍ୟ, ପତର ସୌରା, ଲାଞ୍ଜିଆ ସୌରା ନୃତ୍ୟ, ଢେମ୍‌ସା, ପଞ୍ଚରସି, ଆଦିବାସୀ ନୃତ୍ୟ, ସିଙ୍ଗାରୀ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା। ମହାବୀର ସାଂସ୍କୃତିକ ଅନୁଷ୍ଠାନର ଉପ ସଭାପତି ଶ୍ରୀ ସଞ୍ଜୟ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶୁଭମ୍ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking