ଗଞ୍ଜାମ: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଗ୍ରାମ୍ଯ ଜଳଯୋଗାଣ ବିଭାଗୀୟ ଅଧିକାରୀଙ୍କ ଖେଳ ଲୋକଙ୍କ ପାଇଁ କାଳ ସାଜିଛି । ଫଳରେ ବଡଖରିଡା ପଞ୍ଚାୟତର ବାଣନଇରେ ପାଣିଟୋପାଏ ପିଇବା ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ।ଗତ ଏକ ମାସ ହେଲା ପ୍ରଚଣ୍ଡ ଖରା ହେଉଥିବା ବେଳେ ଗ୍ରାମରେ ରହିଥିବା ପୁରୁଣା ବୋରୱେଲର ଜଳସ୍ତର କମିଯିବା ହେତୁ ଗ୍ରାମବାସୀଙ୍କୁ ପିଇବାକୁ ପାଣି ମିଳୁନାହିଁ । ଲୋକେ ବିଲମାଳ କୂଅକୁ ଯାଇ ପାଣି ଆଣୁଥିବା ବେଳେ ବର୍ତ୍ତମାନ କୂଅର ପାଣି ମଧ୍ଯ ଶୁଖିଯାଇଛି । ଯାହାଦ୍ବାରା ରୋଷେଇ କରିବା ଓ ପିଇବା ପାଇଁ ମଧ୍ୟ ପାଣି ମିଳୁନାହିଁ । ଏନେଇ ଗ୍ରାମ୍ଯ ଜଳଯୋଗାଣ ଯନ୍ତ୍ରୀଙ୍କ ପ୍ରଶାସନଠାରେ ବାରମ୍ବାର ଅଭିଯୋଗ ଜଣାଯାଇଥିଲେ ମଧ୍ଯ କେହି ଖାତିର କରୁନାହାନ୍ତି । ଫଳରେ ନିରୁପାୟ ହୋଇ ଗ୍ରାମର ମହିଳା ପୁରୁଷମାନେ ଖାଲି ହାଣ୍ଡି ମାଠିଆଧରି ରାଜରାସ୍ତାକୁ ଆସି ଟାୟାର ଜାଳି ଆସିକା ହୁମା ମୁଖ୍ୟ ରାସ୍ତାକୁ ଅବରୋଧ କରି ଧାରଣାରେ ବସିଥିଲେ। ଯାହାଦ୍ବାରା ସକାଳ ୭ଟାରୁ ସାଢେ୧୦ଟା ପର୍ଯ୍ଯନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡିମୋଟର ଅଟକିରହିଥିଲା ।ଏହାର ଖବରପାଇ ବଡଖରିଡା ସରପଞ୍ଚଙ୍କ ପ୍ରତିନିଧି ରମେଶଚନ୍ଦ୍ର ଦଳେଇ, ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ଏସଡିପିଓ ସୁଜିତକୁମାର ନାୟକ, ଥାନା ଆଇଆଇଆଇସି କୁଳମଣି ସେଠୀ ଓ କବିସୂର୍ଯ୍ଯନଗର ଥାନା ଆଇଆଇସି ଆପିଏସ ନିତେଶ କୁମାର ମିଶ୍ର ଫୋଲିସଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ।










