34.1 C
Bhubaneswar
Wednesday, June 19, 2024
Homeଦେଶ ବିଦେଶଭାରତୀୟ ନ୍ୟାୟ ସଂହିତାର ସାମର୍ଥ୍ୟ ଯାଞ୍ଚ ପାଇଁ ବିଶେଷଜ୍ଞ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦାବି;...

ଭାରତୀୟ ନ୍ୟାୟ ସଂହିତାର ସାମର୍ଥ୍ୟ ଯାଞ୍ଚ ପାଇଁ ବିଶେଷଜ୍ଞ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦାବି;  ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ସଂହିତା-୨୦୨୩ ସମେତ ୩ ନୂଆ ଅପରାଧିକ ଆଇନ୍‌ର କାର୍ଯ୍ୟକାରିତା ଯାଞ୍ଚ୍‌, ଆକଳନ, ଚିହ୍ନଟ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍‌କୋର୍ଟ ସୋମବାର (ମେ ୨୦) ମନା କରିଦେଇଛନ୍ତି । ଏନେଇ କରାଯାଇଥିବା ଆବେଦନକୁ ଖାରଜ କରିବା ସହ ସୁପ୍ରିମକୋର୍ଟ ଏପ୍ରକାର ଏକ କମିଟି ଗଠନର କୌଣସି ଆବଶ୍ୟକତା ନଥିବା କହିଛନ୍ତି । ଆଇନଗୁଡିକ ବଳବତ୍ତର ନୁହେଁ । ସୁତରାଂ ଏପ୍ରକାର କାଜୁଆଲ୍ (ହେୟଜ୍ଞାନ) ଭାବେ କିପରି ଏହି ମାମଲାରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି ବୋଲି ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଏବଂ ଜଷ୍ଟିସ୍ ପଙ୍କଜ ମିତାଲ୍‌ଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଆବେଦନକାରୀ ବିଶାଲ ତିୱାରୀଙ୍କୁ ପ୍ରଶ୍ନ କରିଛନ୍ତି ।
ପ୍ରକାଶ, ଗତବର୍ଷ ଡିସେମ୍ବର ୨୧ତାରିଖରେ ସଂସଦରେ ୩ ନୂଆ ଅପରାଧିକ ଆଇନ ଗୃହୀତ ହୋଇଥିଲା ଏବଂ ଡିସେମ୍ବର ୨୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁୁ ଅନୁମୋଦନ ଦେଇଥିଲେ । ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩, ଭାରତୀୟ ନ୍ୟାୟ ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ସଂହିତା ୨୦୨୩ ନାମକ ଏହି ତିନୋଟି ଆଇନ ୨୦୨୪ ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବାର ରହିଛି । ଏହି ଆଇନ ଯଥାକ୍ରମେ ଉପନିବେଶକାଳୀନ ଭାରତୀୟ ଦଣ୍ଡ ବିଧି, କ୍ରିମିନାଲ ପ୍ରୋସିଜର କୋଡ୍ ଏବଂ ୧୮୭୨ର ଭାରତୀୟ ପ୍ରମାଣ ଆଇନର ସ୍ଥାନ ନେବ । ଏହି ତିନୋଟି ଆଇନର ଉଦ୍ଦେଶ୍ୟ ହେଉଛି ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ବିଭିନ୍ନ ଅପରାଧର ସଂଜ୍ଞା ଏବଂ ସେମାନଙ୍କ ଦଣ୍ଡକୁ ସମ୍ପୂର୍ଣ୍ଣ ରୂପେ ସଂଶୋଧନ କରିବା । ତେବେ ଆଜି ଖଣ୍ଡପୀଠଙ୍କ ଭର୍ତ୍ସନା ପରେ ଆବେଦନକାରୀ ବିଶାଳ ତିୱାରୀ ନିଜ ଆବେଦନକୁ ପ୍ରତ୍ୟାହାର କରିନେଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ ୨୦ ତାରିଖରେ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ମଧ୍ୟ ଏପ୍ରକାର ଏକ ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଥିଲେ । ଏହି ସମୟରେ ସିଜେଆଇ ସ୍ପଷ୍ଟ ଭାବେ କହିଥିଲେ ଯେ ନୂଆ ଅପରାଧିକ ଆଇନ ପ୍ରଣୟନ ଏକ ସୂଚକ ଯେ ଭାରତ ବଦଳୁଛି ଏବଂ ଗତିଶୀଳ ହେଉଛି । ଅପରାଧିକ ନ୍ୟାୟ ପାଇଁ ଭାରତର ଆଇନଗତ ଢାଞ୍ଚାକୁ ନୂଆ ଯୁଗରେ ପରିଣତ କରିଛି । ଭାରତୀୟ ନ୍ୟାୟ ସଂହିତା, ୨୦୨୩ ସମ୍ପର୍କରେ ଉଲ୍ଲେଖ କରି ସିଜେଆଇ ଚନ୍ଦ୍ରଚୂଡ କହିଥିଲେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଏବଂ ଭାରତୀୟ ସାକ୍ଷୀ ଅଧ୍ୟାୟ, ୨୦୨୩, ଯାହା ପୂର୍ବ ଅପରାଧିକ ଆଇନ ଯଥା ଭାରତୀୟ ଦଣ୍ଡ ବିଧି ୧୮୬୦, କ୍ରିମିନାଲ ପ୍ରୋସିଜର କୋଡ୍‌, ୧୯୭୩ ଏବଂ ଭାରତୀୟ ପ୍ରମାଣ ଆଇନ, ୧୮୭୨ର ସ୍ଥାନ ନେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking