25.8 C
Bhubaneswar
Saturday, July 27, 2024
Homeଓଡିଶାଟ୍ରକ୍ ଧକ୍କାରେ ଶଳା ଓ ଭିଣୋଇ ମୃତ

ଟ୍ରକ୍ ଧକ୍କାରେ ଶଳା ଓ ଭିଣୋଇ ମୃତ

ଛତ୍ରପୁର: ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ଷ୍ଟିଲ ସମ୍ମୁଖ ୧୬ ନଂ ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ଏକ ଟ୍ରକ ଧକ୍କା ଦେବାରୁ ବାଇକରେ ଯାଉଥିବା ଶଳା ଓ ଭିଣୋଇଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଘଟଣାରୁ ଜଣାଯାଇଛି ଯେ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ସାମନ୍ତରାୟପୁର ଗ୍ରାମର ଗଦାଧର ପ୍ରଧାନ(୪୫) ଓ ତାଙ୍କ ଭିଣୋଇ କରୁଣା କର ବିଶ୍ୱାଳ(୫୦) ବ୍ରହ୍ମପୁର ବଡ ମେଡିକାଲରୁ ନିଜ ଘରକୁ ଯାଉଥିଲେ । ଛତ୍ରପୁର ନିକଟ ଟାଟା ଷ୍ଟିଲ ଗେଟ ସମ୍ମୁଖ ଜାତୀୟ ରାଜପଥରେ ପଛପଟୁ ଆସୁଥିବା ଏକ ଟ୍ରକ ନଂ ଏପି ୦୫ ଟିଡି ୭୪୩୯ ଭାରସାମ୍ୟ ହରାଇ ପଛରୁ ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଦୁଇ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ସୂଚନା ପାଇ ଚମାଖଣ୍ଡି ଥାନା ଏଏସ୍‌ଆଇ ମାନସୀ ସାହୁ ଘଟଣା ସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking