33.1 C
Bhubaneswar
Sunday, May 5, 2024
Homeଖେଳମହିଳା ଦିନିକିଆ ର‌୍ୟାଙ୍କିଙ୍ଗ୍‌, ଶୀର୍ଷରେ ମିତାଲ

ମହିଳା ଦିନିକିଆ ର‌୍ୟାଙ୍କିଙ୍ଗ୍‌, ଶୀର୍ଷରେ ମିତାଲ

ଦୁବାଇ: ଆଇସିସି ପକ୍ଷରୁ ମଙ୍ଗଳବାର ଜାରି ମହିଳା ଦିନିକିଆ ର‌୍ୟାଙ୍କିଙ୍ଗ୍‌ରେ ଭାରତୀୟ କ୍ୟାପ୍‌ଟେନ୍ ମିତାଲି ରାଜ (୭୬୨) ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନରେ ସ୍ଥିର ରହିଛନ୍ତି । ସେହିପରି ଶୀର୍ଷ ୧୦ରେ ଅନ୍ୟ ଭାରତୀୟଙ୍କ ମଧ୍ୟରେ ସ୍ମୃତି ମନ୍ଧାନା ୭ମ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଅପରାଜିତ ୭୯ ରନ୍‌ର ଇନିଂସ୍ ଖେଳିଥିବା ନ୍ୟୁଜିଲାଣ୍ଡର ଏମି ସାଟର୍ଥୱେଟ୍ ଶୀର୍ଷ ୫କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ଗତ ର‌୍ୟାଙ୍କିଙ୍ଗ୍‌ରେ ମିତାଲିଙ୍କ ସହ ଯୁଗ୍ମ ଭାବେ ଶୀର୍ଷ ସ୍ଥାନରେ ରହିଥିବା ସାଉଥ୍ ଆଫ୍ରିକାର ଓପ୍ନର୍ ଲିଜେଲ୍ ଲି ସଦ୍ୟ ର‌୍ୟାଙ୍କିଙ୍ଗ୍‌ରେ ୨ୟ ସ୍ଥାନକୁ ଖସିଆସିଛନ୍ତି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ୨ଟି ମ୍ୟାଚ୍‌ରେ ବାହାରେ ରହିବା ଫଳରେ ତାଙ୍କର ଗୋଟିଏ ରେଟିଂ ପଏଣ୍ଟ କମିଯାଇଛି । ଇଂଲଣ୍ଡ କ୍ୟାପ୍‌ଟେନ୍ ହିଥର୍ ନାଇଟ୍ ର‌୍ୟାଙ୍କିଙ୍ଗ୍‌ରେ ୫ଟି ସ୍ଥାନର ସୁଧାର କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ୧୦୭ ବଲ୍‌ରେ ୮୯ ରନ୍‌ର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିବା ଫଳରେ ସେ ଶୀର୍ଷ ୧୦ରେ ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି । ସେ ନାତାଲି ସାଇବର୍ ଓ ଲୌରା ଭୋଲ୍‌ଭାର୍ଡଟ୍‌ଙ୍କ ସଂଯୁକ୍ତ ଭାବେ ୯ମ ସ୍ଥାନରେ ରହିଛି । ଅନୁଭବୀ ଭାରତୀୟ ଫାଷ୍ଟ ବୋଲର୍ ଝୁଲନ ଗୋସ୍ୱାମୀ ଗୋଟିଏ ସ୍ଥାନର ଲାଭ ସହ ବୋଲିଂ ର‌୍ୟାଙ୍କିଙ୍ଗ୍ ୪ର୍ଥରେ ପହଞ୍ଚି ଥିବାବେଳେ ସ୍ପିନର୍ ପୁନମ ଯାଦବ ୯ମ ସ୍ଥାନରେ ରହିଛନ୍ତି । ଅଲ୍‌ରାଉଣ୍ଡର୍ ତାଲିକାରେ ଅଷ୍ଟ୍ରେଲିଆର ଏଲିସ୍ ପେରୀ ଶୀର୍ଷ ସ୍ଥାନରେ ଥିବାବେଳେ ଭାରତର ଦୀପ୍ତି ଶର୍ମା ୪ର୍ଥରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking