30.1 C
Bhubaneswar
Saturday, May 18, 2024
Homeଓଡିଶାବାର୍‌ହା ଘଉଡ଼ାଇବାକୁ ଯାଇ ଗୁଳି ଖାଇଲେ ବୃଦ୍ଧ

ବାର୍‌ହା ଘଉଡ଼ାଇବାକୁ ଯାଇ ଗୁଳି ଖାଇଲେ ବୃଦ୍ଧ

ଭଞ୍ଜନଗର: ରାତିରେ ଧାନ କ୍ଷେତରୁ ବାର୍‌ହା ଘଉଡାଇବାକୁ ଯାଇ ସହଯୋଗୀଙ୍କ ବନ୍ଧୁକରୁ ଗୁଳିଫୁଟି ଜଣେ ବୃଦ୍ଧ ଗୁରୁତର ଆହାତ ହୋଇଛନ୍ତି । ଏଭଳି ଘଟଣା ଭଞ୍ଜନଗର ଥାନା ଅନ୍ତର୍ଗତ କୁଟୁଣୁକୁମ୍ପା ଗ୍ରାମରେ ଘଟିଛି । ଗ୍ରାମଠାରୁ ମାତ୍ର କିଛି ଦୂରରେ ଜଙ୍ଗଲ ପାଖ ଚାଷଜମିରୁ ବାର୍‌ହା ଘଉଡ଼ାଇବାକୁ କୁଟୁଣୁକୁମ୍ପାର ଶିବରାମ ନାୟକ ଓ ତାଙ୍କ ଅନ୍ୟଜଣେ ସହଯୋଗୀ ଯାଇଥିଲେ । ହେଲେ ଧାନକ୍ଷେତରେ ବାର୍‌ହା ଘଉଡ଼ାଇବାକୁ ବନ୍ଧୁକରୁ ଗୁଳି ଫୁଟାଇବାବେଳେ ଏହା ସହଯୋଗୀ ଶିବରାମ ନାୟକଙ୍କ ପେଟରେ ବାଜିଥିବା ଜଣାପଡିଛି । ଗୁଳିମାଡ଼ରେ ଶିବରାମ ତଳେ ଛଟପଟ ହେଉଥିବାବେଳେ ଏଭଳି ଘଟଣା ଦେଖି ଭୟରେ ଶିବରାମଙ୍କ ସହଯୋଗୀ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ତେବେ ଅନ୍ୟ ସହଯୋଗୀଙ୍କ ସହ ଶିବରାମଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଏଠାରେ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ଏଠାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେ ଏବେବି ବିପଦମୁକ୍ତ ନଥିବା ମେଡିକାଲ ସୂତ୍ରରୁ ଜଣାପଡିଛି । ଶିବରାମଙ୍କ ବୟସ ପାଖାପାଖି ୫୫ରୁ ୬୦ ବର୍ଷ ହେବ । ଧାନକ୍ଷେତକୁ ବାର୍‌ହା ଦାଉରୁ ରକ୍ଷା କରିବାକୁ ଯାଇ ସହଯୋଗୀଙ୍କ ବନ୍ଧୁକରୁ ଗୁଳି ଫୁଟି ଗୁରୁତର ହେବା ଘଟଣା ଅଞ୍ଚଳରେ ଚହଳ ପକାଇ ଦେଇଛି ।

କାହିଁକି କେଉଁ ପରିସ୍ଥିତିରେ ଏଭଳି ଗୁଳି ଫୁଟିଲା ତାକୁ ନେଇ ଏବେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ପୁଲିସ ତାର ତଦନ୍ତ ଆରମ୍ଭ କରିଛି ପୁଲିସ । ଭଞ୍ଜନଗର ମେଡିକାଲରେ ପୁଲିସ ପହଞ୍ଚି ଗୁଳିମାଡ କରିଥିବା ବ୍ୟକ୍ତିଙ୍କ ସଂପର୍କୀୟକୁ ଏଠାରୁ ଉଠାଇ ନେଇ ପଚରାଉଚରା ଆରମ୍ଭ କରିଛି । ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବାପରେ ବାସ୍ତବ ସତ୍ୟ ପଦାକୁ ଆସିବବୋଲି ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking