33.1 C
Bhubaneswar
Tuesday, May 21, 2024
Homeଅପରାଧଭାଉଜକୁ ହାଣିଲା ଦିଅର

ଭାଉଜକୁ ହାଣିଲା ଦିଅର

ବୌଦ୍ଧ : ଘରୋଇ କଳହର ଦେଖିବାକୁ ମିଳିଛି କରୁଣ ପରିଣତି। ଭାଉଜକୁ ଅତି ନିର୍ମମ ଭାବେ ହତ୍ୟା କଲା ଦିଅର। ବୌଦ୍ଧ ମନମୁଣ୍ଡାରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ। ମୃତ ମହିଳାଙ୍କ ନାଁ ସୁଭାଷିନୀ ସାହୁ। ମନମୁଣ୍ଡାର ଧ୍ରୁବଚରଣ ସାହୁ ନାମକ ବ୍ୟକ୍ତିଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ କରିଥିଲେ। ଧ୍ରୁବଚରଣଙ୍କ ସାନ ଭାଇ ବଲ୍ଲଭ ସାହୁ ତାଙ୍କଠୁ ଅଲଗା ରହୁଥିବା ବେଳେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସି ଯାଇଥିଲା। ଗତ ରାତିରେ ଧ୍ରୁବଚରଣ କେଉଁ କାମରେ ବାହାରକୁ ଯାଇଥିବା ବେଳେ ଘରେ ତାଙ୍କ ପତ୍ନୀ ସୁଭାଷିନୀ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ବଲ୍ଲଭ ଘରେ ପଶି ଏକ ମାରଣାସ୍ତ୍ରରେ ସୁଭାଷିନୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ସେ ଚଟାଣରେ ପଡ଼ି ଯାଇଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ବଲ୍ଲଭ ମନମୁଣ୍ଡା ଥାନାକୁ ଆସି ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking