27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଚମ୍ପଟ ମାରିଲା ଆଉ ଏକ ଚିତା

ଚମ୍ପଟ ମାରିଲା ଆଉ ଏକ ଚିତା

ଭୋପାଳ : ଭାରତରେ ବିଲୁପ୍ତ ହୋଇପଡିଥିବାରୁ ଚିତା ବଂଶ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ୨୦୨୨ ସେପ୍ଟେମ୍ବରରେ ନାମ୍ବିଆରୁ ପ୍ରଥମ ଦଫାରେ ୮ଟି ଚିତା ଭାରତ ଅଣାଯାଇଥିଲା। ୨୦୨୩ ଫେବୃଆରୀରେ ଦକ୍ଷିଣ ଆଫ୍ରିକାରୁ ଦ୍ବିତୀୟ ଦଫାରେ ଆଉ ୧୨ଟି ଚିତା ଅଣାଯାଇ ସମସ୍ତଙ୍କୁ କୁନୋ ପାର୍କରେ ଛଡାଯାଇଥିଲା। ସୂଚନାନୁଯାଇ, ଚଳିତମାସ ୪ରେ କୁନୋ ପାର୍କରୁ ପବନ ନାମକ ଅଣ୍ଡିରା ଚିତା ପଳାଇ ଯାଇଥିବାବେଳେ ତାକୁ ରାଜସ୍ଥାନର କାରୋଲି ଜିଲ୍ଳାରେ ଠାବ କରାଯାଇ ପୁଣି ପାର୍କକୁ ଅଣାଯାଇଥିଲା। ଭାରତ ଅଣାଯିବା ପରେ ଏପର୍ଯ୍ୟନ୍ତ ୧୪ ଚିତା ଶାବକ ଜନ୍ମଗ୍ରହଣ କରିଛନ୍ତି। ଇତିମଧ୍ୟରେ ୭ଟି ଚିତା ପ୍ରାଣ ହରାଇଥିବାବେଳେ କୁନୋରେ ଚିତାଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି। ବର୍ତ୍ତମାନ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଛଡାଯାଇଥିବା ଚିତାଙ୍କ ମଧ୍ୟରୁ ଗୋଟିଏ ମାଈ ଚିତା ଖସି ପଳାଇଥିବା ଜଣାପଡିଛି । ରବିବାର ଉକ୍ତ ଚିତାକୁ ଗୋୱାଲିୟରରେ ଠାବ କରାଯାଇଛି। ଏ ନେଇ ବନ ବିଭାଗ ପକ୍ଷରୁ ଗୋୱାଲିୟର ଓ ମୋରେନା ଜିଲାର କୃଷକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କୁନୋ ଜାତୀୟ ପାର୍କ ଓ ବନ ବିଭାଗ କର୍ମଚାରୀମାନେ ଚିତାର ଗତିବିଧି ଉପରେ କଡା ନଜର ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking