30.1 C
Bhubaneswar
Thursday, April 25, 2024
Homeଓଡିଶାସ୍ୱାମୀଙ୍କ ନିର୍ଯାତନା ଅସହ୍ୟ, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ଦିଗପହଣ୍ଡ: ଅକଥନୀୟ ନିର୍ଯାତନା ସହି ନପାରୀ ସ୍ତ୍ରୀ ଥାନାରେ ଦ୍ୱାରସ୍ଥ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଘଟଣାଟି ଦିଗପହଣ୍ଡ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଘଟିଛି । ସ୍ତ୍ରୀର ଏତଲାକୁ ଭିତ୍ତିକରି ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଆଇଆଇସି ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ନିର୍ଯାତିତାଙ୍କ ନାମ ଝିଲି ମହାରଣା ବୋଲି ଜଣାପଡିଛି । ଝିଲିଙ୍କ ସ୍ୱାମୀ କୈଳାସ ମହାରଣା ଗତ ୧୦ ବର୍ଷ ହେଲା ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ବେଳେ ବେଳେ କୌଣସି କାରଣ ନଥାଇ ନିସ୍ତୁକ ମାଡ଼ ମାରୁଛନ୍ତି । ଏବେ ଦୁଇଦିନ ଧରି ତାଙ୍କ ଉପରେ ପ୍ରବଳ ଅତ୍ୟାଚାର ହୋଇଛି । ଗତ ଶନିବାର ଭୋର ୪ଟାରେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତଣ୍ଟିଚିପି ମାରିଦେବା ପାଇଁ ସ୍ୱାମୀ ଉଦ୍ୟମ କରିଥିଲେ । ଏଥିରେ ସେ ଭୟଭିତ ହୋଇ ବାପାଘର ଗଣିଆନାଳକୁ ଲୁଚିଛପି ଚାଲି ଆସିଥିଲେ । ନିର୍ଯାତନା ଅସହ୍ୟ ହେବାରୁ ସେ ସ୍ୱାମୀଙ୍କ ବିରୋଧରେ ଥାନାରେ ଏତଲା ଦେବା ସହ ସମସ୍ତ ଘଟଣା ପୋଲିସ ଆଗରେ କହିଥିବା ପ୍ରାପ୍ତ ଖବରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking