36.1 C
Bhubaneswar
Wednesday, May 22, 2024
Homeଓଡିଶାସରକାର ନିୟମକୁ ଫୁ’; ଡହଡହ ଖରାରେ କାମ କରୁଛନ୍ତି ଶ୍ରମିକ

ସରକାର ନିୟମକୁ ଫୁ’; ଡହଡହ ଖରାରେ କାମ କରୁଛନ୍ତି ଶ୍ରମିକ

ଟାଙ୍ଗୀ: ଦିନ ବେଳେ ତାପମାତ୍ରା ୪୨ଡିଗ୍ରୀରୁ ଊର୍ଦ୍ଧ୍ୱ ରହୁଥିବାବେଳେ ବାହାରକୁ ନ ବାହାରିବା କି ଖରାରେ କାମ ନ କରେଇବା ପାଇଁ ଟିଭି, ଖବରକାଗଜରେ ସରକାର ବଡ଼ ବଡ଼ ବିଜ୍ଞାପନ ବାହାର କରୁଛନ୍ତି । ଏମିତିକି ଖରାରେ କାମ କରାଉଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ନିୟମ ମଧ୍ୟ କରିଛନ୍ତି । ହେଲେ ଏହି ନିୟମକୁ ଫୁ’ କରି ଉଡ଼େଇ ଦେଇଛନ୍ତି ରାଜପଥ ଠିକାଦାର । ଡହଡହ ଖରାରେ ରାଜପଥ ଉପରେ ଶ୍ରମିକମାନଙ୍କୁ କାର୍ଯ୍ୟ କରାଉଥିବା ଦେଖିବାକୁ ମିଳିଛି । ଏ ଦୃଶ୍ୟ ହେଉଛି ଟାଙ୍ଗୀ ଥାନା ୧୬ନଂ ଜାତୀୟ କଏରାପାରୀ ଛକ ନିକଟରେ ।

୧୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଡିଭାଡର୍‌ରେ ରଙ୍ଗ ମାରୁଥିବା ଦେଖାଯାଇଛି । ସକାଳ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ କରାଯିବ ନାହିଁ ବୋଲି ନିୟମ ରହିଥିବା ବେଳେ ଜିଲ୍ଲାରେ ତାପମାତ୍ରା ୪୨ଡିଗ୍ରୀ ଉପରେ ରହୁଛି । ସକାଳ ୯ଟା ହେଲେ ରାସ୍ତାଘାଟ ସବୁ ଶୂନଶାନ ହୋଇଯାଉଛି । ତା’ ପରେ ମଧ୍ୟ ରାଜପଥ ଉପରେ ଏତେ ଖରାରେ ଠିକାଦାର କେଉଁଭଳି ଭାବରେ କାର୍ଯ୍ୟ କରାଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖରାରେ ଯଦି କୌଣସି ଶ୍ରମିକଙ୍କର କିଛି ହେଲା କିଏ ଦାୟୀ ରହିବ । ଏଥିପ୍ରତି ପ୍ରଶାସନ ଅଧିକାରୀ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking