28.1 C
Bhubaneswar
Sunday, June 16, 2024
Homeଓଡିଶାବିଜେଡି ଛାଡିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ  

ବିଜେଡି ଛାଡିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ  

ଭୁବନେଶ୍ୱର : ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ବିଜେଡି ପ୍ରାଥମିକ ସଦସ୍ୟ ପଦର ଜ୍ୟୋତିପ୍ରକାଶଙ୍କ ଇସ୍ତଫା । ଦଳର ସଭାପତିଙ୍କ ନିକଟକୁ ପଠାଇଲେ ନିଜ ଇସ୍ତଫାପତ୍ର । ବିଜେଡି ଛାଡିଥିବା ନେଇ ଭିଡିଓ ବାର୍ତ୍ତାରେ ଦେଲେ ସୂଚନା । ଏନେଇ ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ସିମୁଳିଆ ଓ ଖଇରାବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବି। ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ। କିନ୍ତୁ ଦଳ ଏଥର ତାଙ୍କୁ ଟିକେଟ ନଦେବା କାରଣରୁ  ସେ ଅସନ୍ତୁଷ୍ଟଥିଲେ। ଏହାଛଡ଼ା ଦଳରେ ଅଣଦେଖା ଏକ କାରଣ ବି କୁହାଯାଉଛି। ଏବେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସେ। ହେଲେ ଏବେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କେଉଁ ଦଳରେ ଯୋଗ ଦେବେ, ତାହା ଉପରେ ରହିଛି ସମସ୍ତଙ୍କ ନଜର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking