40.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶଜୟନ୍ତଙ୍କୁ ବିଜେପିର କାରଣ ଦର୍ଶାଅ ନୋଟିସ୍‌

ଜୟନ୍ତଙ୍କୁ ବିଜେପିର କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ:  ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଜଣେ ବରିଷ୍ଠ ନେତାଭାବେ ପରିଚିତ ଜୟନ୍ତ ସିହ୍ନାଙ୍କୁ ବିଜେପି ପକ୍ଷରୁ ନିର୍ବାଚନୀ ପ୍ରକ୍ରିୟା ମଧ୍ୟଭାଗରେ ହିଁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ତେବେ ବିଜେପି ପକ୍ଷରୁ ନିଜ ଦଳୀୟ ନେତାଙ୍କ ବିରୋଧରେ ଏପ୍ରକାର କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପଛର କାରଣ ମଧ୍ୟ ବେଶ୍ ରୋଚକ ରହିଥିବା ଜଣାପଡିଛି ।
ରିପୋର୍ଟ ଅନୁସାରେ ବିଜେପି ଏଥର ଜୟନ୍ତ ସିହ୍ନାଙ୍କୁ ଟିକେଟ୍ ଦେଇନାହିଁ କିମ୍ବା ପ୍ରାର୍ଥୀ କରିନି । ଦଳର ଏହି ନିଷ୍ପତ୍ତିକୁ ନେଇ ଜୟନ୍ତ ଭୀଷଣ ଅସନ୍ତୋଷ ମଧ୍ୟ ଅଛନ୍ତି । ବୋଧହୁଏ କେବଳ ଏହି କାରଣରୁ  ଜୟନ୍ତ ସିହ୍ନା, ଦଳ ପାଇଁ ନିର୍ବାଚନୀ ପ୍ରଚାର ପ୍ରକ୍ରିୟାରୁ ମଧ୍ୟ ନିଜକୁ ଦୂରେଇ ରଖିଥିବା ଦେଖିବାକୁ ମିଳୁୂଛି । ଏପରିକି ଦଳର ସାଂଗଠନିକ କାମରେ ମଧ୍ୟ ଜୟନ୍ତ ସିହ୍ନାଙ୍କ ରୁଚି ଦେଖିବାକୁ ମିଳୁନାହିଁ । ତେବେ ସବୁଠୁ ବଡ଼ କଥା ହେଉଛି ଦିନକ ପୂର୍ବେ ନିଜ ନିର୍ବାଚନୀ କ୍ଷେତ୍ରରେ ଭୋଟ୍‌ଗ୍ରହଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିବା ସତ୍ତ୍ୱେ ଜୟନ୍ତ ସିହ୍ନା, ତାଙ୍କ ପରିବାରର କୌଣସି ସଦସ୍ୟ କିମ୍ବା ତାଙ୍କ ଅନୁଗତ ତଥା ସମର୍ଥକମାନେ ମଧ୍ୟ ଭୋଟ୍ ଦେବାକୁ ଯାଇନଥିବା ଜାଣିବାକୁ ମିଳିଛି । ଏସବୁ କାରଣ ପାଇଁ ବିଜେପି ପକ୍ଷରୁ ଜୟନ୍ତ ସିହ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଜୟନ୍ତ ସିହ୍ନାଙ୍କ ବ୍ୟତୀତ ଧାନବାଦ ବିଧାୟକ ରାଜ ସିହ୍ନାଙ୍କୁ ମଧ୍ୟ ବିଜେପି ସମାନ୍ ନୋଟିସ ଜାରି କରିବା ପୂର୍ବକ କୈଫିୟତ୍ ତଲବ କରିଥିବା ସୂଚନା ମିଳିଛି । ରାଜ ସିହ୍ନା, ଧାନବାଦ୍ ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କ ବିରୋଧରେ ବିବୃତ୍ତି ଦେଇଥିବା ଅଭିଯୋଗ ହୋଇଛି ।
ପ୍ରକାଶ, ହଜାରିବାଗ ଲୋକସଭା ଆସନରୁ ଜୟନ୍ତ ସିହ୍ନା ପ୍ରତିନିଧିତ୍ୱ କରି ଆସୁଥିବା ବେଳେ ଏଥର କିନ୍ତୁ ବିଜେପି ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ଟିକଟ ଦେଇନଥିଲା । ତାଙ୍କ ବଦଳରେ ବିଜେପି ଏହି ଆସନ ପାଇଁ ମନୀଷ ଜୈଶୱାଲଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ଏହା ପରଠାରୁ ନିର୍ବାଚନ ପ୍ରଚାର କିମ୍ବା ସାଙ୍ଗଠନିକ କାମରେ ଜୟନ୍ତ ସିହ୍ନାଙ୍କ ଉପସ୍ଥିତି ବନ୍ଦ ହୋଇଯାଇଥିଲା ।  ନିର୍ବାଚନ ସମୟରେ ଦଳ ପ୍ରତି ତାଙ୍କର ଏପ୍ରକାର ମନୋଭାବକୁ ଦେଖି ବିଜେପି ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡିଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking