30.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶସଡକ ଦୁର୍ଘଟଣା : ୨ ମୃତ

ସଡକ ଦୁର୍ଘଟଣା : ୨ ମୃତ

ପଞ୍ଜାବ : ଆଜି ସକାଳୁ ପଞ୍ଜାବର ଲୁଧିଆନାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟୁରିଷ୍ଟ ବସ୍ ସହିତ ଏକ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ପଞ୍ଜାବର ଲୁଧିଆନାର ସମରାଲା ନିକଟରେ ରାସ୍ତା ମଝିରେ ଛିଡା ହୋଇଥିବା ଟ୍ରକ ସହ ଏକ ଟୁରିଷ୍ଟ ବସ୍ ର ମୁହାଁମୁହିଁ ଧକ୍କା ହୋଇଥିଲା । ଟୁରିଷ୍ଟ ବସ୍ ରେ ପର୍ଯ୍ୟଟକମାନେ ହରିଦ୍ଵାରରୁ ଅମୃତସର ଯାଉଥିବା ସମୟରେ ଅଧାବାଟରେ ବସ ଚାଳକକୁ ନିଦ ଲାଗିଯାଇଥିଲା । ଫଳରେ ବସ୍ ଭାରସାମ୍ୟ ହରାଇ ଟ୍ରକ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହେବା ସହିତ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ମୃତକଙ୍କର କୌଣସି ପରିଚୟ ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking